ମଦ ବେପାରୀ ଓ ପୋଲିସ ଛକା ପଞ୍ଝା, ଜବତ ହେଲା ଦେଶୀ ମଦ ବୋଝେଇ ବୋଲେରୋ

Published By : Prameya-News7 Bureau | August 29, 2022 IST

ଢେଙ୍କାନାଳ, ୨୯/୦୮: ଦେଶୀ ମଦ ବେପାରୀ ଓ ଟାଉନ ପୁଲିସ ଛକା ପଞ୍ଝା । ଶେଷରେ ଦେଶୀ ମଦ ବୋଝେଇ ବୋଲେରୋ ଜବତ କରିଛି ପୁଲିସ । ବୋଲେରୋରୁ ବ୍ଲାଡ଼ର ଭର୍ତ୍ତି ଏକ ହଜାର ଲିଟର ମଦ ଓ ଖଣ୍ଡା ଜବତ ହୋଇଛି । ଢେଙ୍କାନାଳ ଲକ୍ଷ୍ମୀ ବଜାରର ଅଭିଯୁକ୍ତ ଶିବ ନାରାୟଣ ବେହେରାକୁ ପୋଲିସ୍‌ ଧରିଥିବା ବେଳେ ଅନ୍ୟଜଣେ ଫେରାର ରହିଛି । ଗୋଡ଼ାଇ ଗୋଡ଼ାଇ ସଦର ଥାନା ରାଧାଦେଉପୁର ନିକଟରୁ କାବୁ କରିଛି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.