ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ନେଇ ଯାଉଥିବା ଗାଡ଼ିକୁ ହାଇଜ୍ୟାକ୍‌ ଉଦ୍ୟମ, ଫସର ଫାଟିଲା ଦେଢ଼ କୋଟିର ଲୁଟ୍‌

Published By : Prameya-News7 Bureau | October 11, 2021 IST

ଢେଙ୍କାନାଳ, ୧୧।୧୦: ଏଟିଏମରେ ଟଙ୍କା ଲୋଡ କରିବାକୁ ଯାଇଥିବା ଟଙ୍କା ସହ ଏକ ଗାଡିକୁ ଅପହରଣ କରି ଦେଢ଼ କୋଟି ଟଙ୍କା ନେଇ ପଳାଉଥିବା ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଢେଙ୍କାନାଳ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମ ନିକଟରେ ଏହି ଡକାୟତି ଗ୍ୟାଙ୍ଗ ସହ ପୋଲିସର ଛକା ପଞ୍ଝା ପରେ ଶେଷରେ ସଫଳ ହୋଇଛି ପୋଲିସ । ଡକାୟତମାନେ ପଳାଉଥିବା ଏକ ମାରୁତି ଡିଜାୟାର କାରକୁ ପୋଲିସ ଜବତ କରିଥିବା ବେଳେ କାରରୁ ୩ଟି ପିସ୍ତଲ ଜବତ କରିଛି ।

ଡକାୟତମାନେ ଲୁଟ କରି ନେଉଥିବା ଦେଢ଼ କୋଟି ଟଙ୍କା ଥିବା ଏକ ବାକ୍ସକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ଏହି କାରରେ ଥିବା ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୋଲିସ କାବୁ କରିଛି । ଅନ୍ୟ ଜଣେ ଖସି ପଳାଇଯାଇଥିବା ଜଣାପଡିଛି । ଗିରଫ ତିନି ଜଣ ମଧ୍ୟରୁ ବୌଦ୍ଧ, ଆଠଗଡ଼ ଓ କଟକ ନିଆଳି ଅଂଚଳର ବୋଲି ଜଣାପଡିଛି । ବୌଦ୍ଧ ଅଂଚଳର ଅନ୍ୟ ଜଣେ ଖସି ପଳାଇଛି । ଏହି ଡକାୟତମାନେ ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମକୁ ଯାଉଥିବା ଏକ ଗାଡିକୁ ଆଠଗଡ଼ରୁ ପିସ୍ତଲ ମୁନରେ ଅପହରଣ କରି ଆଣି ସପ୍ତଶଯ୍ୟା ନିକଟରେ ଗାଡିକୁ ଛାଡି ଡକାୟାତମାନେ ବ୍ୟବହାର କରୁଥିବା ମରୁତି ଡିଜାୟାର କାରରେ ଏହି ଟଙ୍କା ବାକ୍ସ ନେଇ ଅନୁଗୁଳ ଆଡକୁ ପଳାଉଥିଲେ ।

wp:html https://www.youtube.com/watch?v=l-w4yQf-T5w /wp:html

ତେବେ ଆଠଗଡ଼ ପୋଲିସ ସୂଚନା ଦେବାରୁ ଢେଙ୍କାନାଳରେ ସଦର ପୁଲିସ ଥାନା ପାଖରେ ଜଗି ରହିଥିଲେ । ଫଳରେ ଡକାୟତ ମାନେ ସେଠାରୁ ଗାଡି ବୁଲାଇ ପଳାଉଥିବାବେଳେ ଟାଉନ ପୋଲିସ ଜଗି ଥିବାରୁ କାମାକ୍ଷାନଗର ରାସ୍ତା ଦେଇ ଗେଙ୍ଗୁଟିଆ ଭିତରେ ବାରଦା ଆଡକୁ ପଳାଇଥିଲେ । ପୋଲିସ ତାଙ୍କୁ ପିଛା କରି ତାଙ୍କୁ ବାରଦା ଗ୍ରାମ ନିକଟରେ କାରକୁ କବଜା କରିଥିଲା । ଫଳରେ କାରରେ ଥିବା ୪ଜଣ ଦୌଡ଼ି ପଳାଉଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ୩ ଜଣଙ୍କୁ କାବୁ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.