କାମାକ୍ଷାନଗର ୧୬/୧୦: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍କଣା ହାଡ଼ଗରି ପାଖରେ ଥିବା ରେଙ୍ଗାଳି ବାମ ପାଖ କେନାଲ ରାସ୍ତାରୁ ଏକ ସ୍କୁଟି ସହ କ୍ଷତାକ୍ତ ମୃତ ଦେହ ଉଦ୍ଧାର କଲେ ପରିବାର ଲୋକେ। ମୃତକଙ୍କ ପରିଚୟ ମୀନକେତନ ଦଳେଇ। ସେ କାନପୁରାର ବାସିନ୍ଦା। ସୂଚନା ଥାଉକି, ମୀନକେତନ ଟାଟା ମାଇନ୍ସରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି।ତେବେ ଆଜି ସେ ଘରକୁ ଏକ ସ୍କୁଟିରେ ଫେରୁଥିଲେ। ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ତାଙ୍କ ସ୍ତ୍ରୀ ତାଙ୍କୁ ଫୋନ କରିଥିଲେ। ଏହାପରେ କଲ୍ ଅନ୍ୟ ଜଣେ ରିସିଭ୍ କରି ତାଙ୍କ ସ୍ୱାମୀ ଅଚେତ ଅବସ୍ଥାରେ ପଡ଼ିଥିବା ସେ କହିଥିଲେ।
ଏ ନେଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଶରୀରର ଅଧିକାଂଶ ଅଂଶ ଖଣ୍ଡିଆ ହୋଇଥିବା ସହ ତାଙ୍କ ପେଟରେ ଗଭିର କ୍ଷତ ସୃଷ୍ଟି ହୋଇଛି। ତେଣୁ ତାଙ୍କୁ କେହି ଗୁଳି କରି ଫେରର ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଏନେଇ ତାଙ୍କ ସ୍ତ୍ରୀ ଝରଣା ଦଳଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ କାମାକ୍ଷାନଗର ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।