ହତ୍ୟା କରି ଟ୍ରକ୍‌ରେ ଫେରାର୍ ହୋଇଯାଉଥିଲା; ଛକରେ ଧରିଲା ପୁଲିସ, ଖୋଲିଲା ହତ୍ୟାକାଣ୍ଡର ରହସ୍ୟ!

Published By : Prameya-News7 Bureau | April 29, 2022 IST

ଆଙ୍କର: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଧୀନରେ ହିନ୍ଦୋଳରୋଡ଼ ଫାଣ୍ଡି ଅଂଚଳ ବଳରାମ ପ୍ରସାଦ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ତୁଷାର କାନ୍ତ ମହାପାତ୍ର ଗିରଫ। ଗିରଫ ଅଭିଯୁକ୍ତ ମୋଟଙ୍ଗା ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ରଗଡି ସାହିର ତୁଷାରକାନ୍ତ ମହାପାତ୍ର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ତୁଷାର ଜଣେ ଟ୍ରକ ଡ୍ରାଇଭର। ହତ୍ୟା କରିବା ପରେ ସେ ଏକ ଟ୍ରକରେ ରାଜ୍ୟ ବାହାରକୁ ପଳାଇଯାଉଥିବା ବେଳେ ପୁଲିସ ତାକୁ ଗିରଫ କରିଛି ପୁଲିସ୍।

ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଲ ଏସଡିପିଓ ବିକାଶ ରଞ୍ଜନ ବେଉରା କଟକର ଖୁଣ୍ଟୁଣି ଅଂଚଳରୁ ଏହି ଟ୍ରକକୁ ଅଟକାଇଥିଲେ। ପରେ ଟ୍ରକରୁ ଅଭିଯୁକ୍ତ ତୁଷାରକୁ ମୋଟଙ୍ଗା ପୁଲିସ ଗିରଫ କରିଥିଲା।

ଗତ ୨୫ତାରିଖ ରାତିରେ ତୁଷାର ତାଙ୍କ ଗ୍ରାମର ହରେକୃଷ୍ଣ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲା। ଏ ସମ୍ପର୍କରେ ମୃତ ହରେକୃଷ୍ଣଙ୍କ ପତ୍ନୀଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ହରେକୃଷ୍ଣ ମଦ୍ୟ ପାନ କରି ତକୁ ବାରମ୍ବାର ଗାଳି ଗୁଲଜ କରୁଥିବାରୁ ଅସହ୍ୟ ହୋଇ ତୁଷାର ହରେକୃଷ୍ଣଙ୍କୁ ରାତିଟେ ପଥରରେ ଛେଚି ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.