ଢେଙ୍କାନାଳ ଜିଲ୍ଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ମହିଳାଙ୍କ ବାଜିମାତ

Published By : Prameya-News7 Bureau | March 12, 2022 IST

ଢେଙ୍କାନାଳ ୧୨/୦୩ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ । ତେବେ ଢେଙ୍କାନାଳ ଜିଲ୍ଲାରେ ମୋଟ ୮ଟି ପଞ୍ଚାୟତ ସମିତିରୁ କେବଳ କାମାକ୍ଷାନଗରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ୭ଟି ପଞ୍ଚାୟତ ସମିତିରେ ମହିଳାମାନେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ବାଜିମାତ କରିଛନ୍ତି। ଏପରିକି ମୋଟ ୮ଟି ଆସନରୁ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ସମସ୍ତ ୫ଟି ପଞ୍ଚାୟତ ସମିତିରେ ବିଜେଡି ସମର୍ଥନରେ ମହିଳା ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ବୋଲି ଜଣାପଡିଛି ।

ସେଥିମଧ୍ୟରେ ଢେଙ୍କାନାଳ ସଦରରେ ରାଜଶ୍ରୀ ନାୟକ, ଓଡ଼ାପଡ଼ାରେ ସସ୍ମିତା ମହାନ୍ତି, ହିନ୍ଦୋଳରେ ସସ୍ମିତା ରାଣୀ ନାଏକ, ଗଁନ୍ଦିଆରେ ରିନାରାଣୀ ଖଟୁଆ ଓ ଭୁବନରେ ସିପ୍ରା ବରାଳ ବିଜେଡି ସମର୍ଥନରେ ଅପ୍ରତିଦ୍ବନ୍ଦି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଅପରପକ୍ଷରେ କାମାକ୍ଷାନଗର ପଞ୍ଚାୟତ ସମିତିରେ ବିଜେଡି ସମର୍ଥନରେ ପ୍ରେମାନନ୍ଦ ସାହୁ ୧୭/୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କଙ୍କଡାହାଡ଼ରେ ଚାରୂଲତା ମିଶ୍ର ୧୨/୮ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ସେ ବିଜେଡି ସମର୍ଥନରେ ବିଜୟୀ ହୋଇଛନ୍ତି। ତେବେ ଜିଲ୍ଲାରେ କେବକ ପରଜଙ୍ଗ ପଞ୍ଚାୟତ ସମିତିରେ ବିଜେପି ସମର୍ଥିତ ଶର୍ମିଷ୍ଠା ଦଳବେହରା ୧୮/୧୧ ଭୋଟ ବ୍ୟବଧାନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.