ସିଲ୍ ହେଲା ଜଗନ୍ନାଥ ହସ୍ପିଟାଲ୍, କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ ଉଲ୍ଲଂଘନ ନେଇ ଥିଲା ମାମଲା

Published By : Prameya-News7 Bureau | September 07, 2021 IST

ଢେଙ୍କାନାଳ ୭।୯: କ୍ଲିନିକାଲ ଆଇନକୁ ଉଲ୍ଲଘଂନ କରି ଚାଲିଥିଲା ଘରୋଇ ଡାକ୍ତରଖାନା । ଫଳରେ ଢେଙ୍କାନାଳ ସହରର ହାଟ ରୋଡ଼ ସ୍ଥିତ ଜଗନ୍ନାଥ ହସ୍ପିଟାଲକୁ ଆଜି ସିଲ କରିଦିଆଯାଇଛି । ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ହସ୍ପିଟାଲକୁ ସିଲ୍ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଜକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଢେଙ୍କାନାଳ ତହସିଲଦାର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟାଉନ ପୁଲିସ ସହାୟତାରେ ଅନିର୍ଦ୍ଧିଷ୍ଠ ସମୟ ପାଇଁ ଏହି ଘରୋଇ ଡାକ୍ତରଖାନାକୁ ସିଲ କରାଯାଇଛି ।

ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ଆଧାରରେ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ପରିଦର୍ଶନ ବେଳେ ଏହି ଡାକ୍ତରଖାନା ପକ୍ଷରୁ କ୍ଲିନିକାଲ ଏଷ୍ଟାବଲିସମେଣ୍ଟ ଆଇନ ଉଲ୍ଲଂଘନ କରିଥିବା ସମ୍ପର୍କରେ ଗତ ବର୍ଷ ଏକ ମାମଲା ହୋଇଥିଲା । ଫଳରେ ଏନଏଚଆରସିଙ୍କ ପକ୍ଷରୁ ଏହି ଜଗନ୍ନାଥ ହସ୍ପିଟାଲ କୁ ସିଲ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇ ଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସାଧୀକାରୀ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.