ଜମୁଛି ଢେଙ୍କାନାଳ ଗଜଲଷ୍ମୀ ପୂଜା; ଗଣେଶ ବଜାର ପୂଜା ପ୍ରତିଷ୍ଠାନର ହୀରକ ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | November 04, 2023 IST

ଆଙ୍କର: କୁମାର ପୂର୍ଣ୍ଣମୀରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ପ୍ରସିଦ୍ଧ ଗଜଲଷ୍ମୀ ପୂଜାର ଆଜି ଅଷ୍ଟମ ଦିବସ । ଆସନ୍ତା ୮ତାରିଖରେ ମା'ଙ୍କ ଭସାଣି ଉତ୍ସବ । ଆଉ ମାତ୍ର ୩ଦିନ ରହିଥିବାରୁ ପୂଜା ପେଣ୍ଡାଲଗୁଡିକରେ ଦର୍ଶକଙ୍କ ସଂଖ୍ୟା ବଢିପାରେ ଲାଗିଛି । ପୂଜା ବଜାରରେ ମନ ମୋହୁଛି ରଙ୍ଗୀନ ଆଲୋକ ମାଳା ଓ ସୁଉଚ୍ଚ ତୋରଣ । ଚଳିତ ଥର ଗଣେଶ ବଜାର ଲଷ୍ମୀପୂଜା ପ୍ରତିଷ୍ଠା ତାର ୭୫ ବର୍ଷ ଅବସରରେ ହୀରକ ଜୟନ୍ତୀ ପାଳନ କରୁଛି । ଆଜି ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

{"id":865925,"sizeSlug":"full","linkDestination":"none"}

ଗଡଜାତ ଆନ୍ଦୋଳନ ହେଉ ବା ସ୍ଵାଧୀନତା ସଂଗ୍ରାମରେ ସର୍ବ କନିଷ୍ଠ ବାଜି ରାଉତ ଆବ ସଂସ୍କୃତି ସାହିତ୍ୟ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ନେଇଛି ଢେଙ୍କାନାଲ ଜିଲ୍ଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ବିଶ୍ୱ ଅର୍ଥନୀତିରେ ୫ମ ସ୍ଥାନ ନେଇପାରିଛି । ଏଥିରେ ଢେଙ୍କାନାଳର ଭୂମିକା ରହିଛି । ଜିଲ୍ଲାର ଉତ୍ପଦିତ ସାମଗ୍ରୀର ବିପଣନ ସୃଷ୍ଟି କରି ସାଧାରଣ ଲୋକଙ୍କର  ଆର୍ଥିକ ବିକାଶ ସୃଷ୍ଟି କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ । ଶେଷରେ ଲଷ୍ମୀପୂଜା ଅବସରରେ ଢେଙ୍କାନାଶ ତଥା ଢେଙ୍କାନାଳକୁ ଆସୁଥିବା ଶ୍ରଦ୍ଧାଳୁ ଓ ଦର୍ଶକଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।

Also Read: ତିନିଦିନିଆ ୟୁଏଇ ଗସ୍ତ ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ତାଲିମ ସହ ବିଦେଶରେ ନିଯୁକ୍ତି ଦେବା ପାଇଁ ଚୁକ୍ତି ସ୍ୱାକ୍ଷର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.