ନରହନ୍ତା ଦନ୍ତାକୁ କାବୁ କରିପାରିଲାନି ବନ ବିଭାଗ, କପିଳାସ ଜୁ କୁ ନେବାରେ ବିଫଳ

Published By : Prameya-News7 Bureau | January 21, 2020 IST

ଅନୁଗୋଳ ୨୧।୧: ନରହନ୍ତା ଦନ୍ତାକୁ ଢେଙ୍କାନାଳ କପିଳାସ ଜୁ କୁ ନେବାରେ ବିଫଳ ହେଲା ବନ ବିଭାଗ । ଗତକାଲି ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ହାତୀକୁ ଟ୍ରକ୍ ଉପରେ କ୍ରେନ୍ ସାହାଯ୍ୟରେ ଝୁଲାଇ ଅଟକାଇ ରଖିଲା ପରେ ମଧ୍ୟ ହାତୀ ଟ୍ରକକୁ ଭାଙ୍ଗି ଦେଇଥିଲା ।

{"id":214039,"sizeSlug":"large"}

ଫଳରେ ହାତୀକୁ ପୁଣି ସେହି ସ୍ଥାନରେ ଚେନରେ ବାନ୍ଧି ଅଟକ ରଖିଛନ୍ତି । ହାତୀକୁ ୩ଟି ନିଶା ଇଞ୍ଜେକସନ ଦେଇଥିଲେ ମଧ୍ୟ ତାକୁ ଠିକରେ କାମ କରୁନାହିଁ ନିଶା । ତେଣୁ କେତେବେଳେ ହାତୀ ଚେନ୍ ଛିଣ୍ଡାଇ ଦେବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.