ଅଜଗର ଶିକାର: ମୃତ ସାପକୁ ଉଦ୍ଧାର କଲା ବନବିଭାଗ, ଶିକାରୀ ଗିରଫ

Published By : Prameya-News7 Bureau | September 21, 2021 IST

ଢେଙ୍କାନାଳ, ୨୧।୦୯: ଢେଙ୍କାନାଳ ସଦର ରେଞ୍ଜ ବନ କର୍ମଚାରୀ ଜଣେ ଅଜଗର ସାପ ଶିକାରୀକୁ ଗିରଫ କରିଛନ୍ତି । ଗିରଫ ଶିକାରୀ ଜଣଙ୍କ ସଦର ଥାନା ଭାପୁର ବରସୁପାଳ ଗ୍ରାମର ଧଡ଼ିଆ ନାଏକ ବୋଲି ଜଣାପଡିଛି । ବନ କର୍ମଚାରୀ ମାନେ ୧୨ ଫୁଟ ଲମ୍ବର ଏକ ମୃତ ଅଜଗର ସାପକୁ ଉଦ୍ଧାର କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇଁ ଢେଙ୍କାନାଳ ସଦର ରେଞ୍ଜ ଅଫିସର ଚଢ଼ାଉ କରିଥିଲେ ।

ମୃତ ସାପକୁ ଉଦ୍ଧାର କରାଯାଇଥିବା ବେଳେ ଶିକାରୀକୁ ଗିରଫ କରାଯାଇଛି ବୋଲି ସଦର ରେଞ୍ଜ ଅଫିସର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.