ଭିଜିଲାନ୍ସ ଜାଲରେ ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ବାଇଁ, ଏକକାଳୀନ ୬ଟି ସ୍ଥାନରେ ଚଢାଉ

Published By : Prameya-News7 Bureau | October 18, 2019 IST

ବ୍ରହ୍ମପୁରଢେଙ୍କାନାଳ ।୧୦: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ପୂର୍ବତନ ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ବାଇଁ । ସ୍ବତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ୱାରେଣ୍ଟ ସର୍ଚ୍ଚ ବଳରେ ବ୍ରହ୍ମପୁର ଭିଜିଲାନ୍ସର ଚଢାଉ କରିଛି । ବର୍ତ୍ତମାନ ସୁକ୍ରୁ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।

{"id":171250}

ବ୍ରହ୍ମପୁର ସମେତ ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ବ୍ରହ୍ମପୁର ଶକ୍ତି ନଗର,  ଢେଙ୍କାନାଳ ସ୍ଥିତ କାର୍ଯ୍ୟାଳୟ, କୋର୍ଟ ନିକଟରେ ଥିବା ବାସଭବନ, ଭୁବନେଶ୍ଵର ଗ୍ୟାଲେକ୍ସ କମ୍ପ୍ୟୁଟର ସେଣ୍ଟର, ଗଡମହାବୀର  ଶିଶୁପାଳଗଡ ପ୍ରମୁଖ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.