ଯୋଡା ଶରୀର ଶିଶୁ କନ୍ୟାଙ୍କ ଅବସ୍ଥା ଗୁରୁତର, ଗୋଟିଏ ହୃତପିଣ୍ଡ ଭଳି ଗୋଟିଏ ରହିଛି ଲିଭର

Published By : Prameya-News7 Bureau | July 05, 2019 IST

କଟକ ୫|୭: କଟକ ଶିଶୁ ଭବନରେ ଭର୍ତ୍ତି ହୋଇଥିବା ଢେଙ୍କାନାଳର ଯୋଡା ଶରୀର ଶିଶୁ କନ୍ୟାଙ୍କ ଅବସ୍ଥା ଗୁରୁତର ରହିଛି । ଆଜି ଯୋଡା ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଯୋଡା ଶିଶୁଙ୍କ ଏମଆରଆଇ, ସ୍କାନିଂ ଓ ଅଲଟ୍ରାସାଉଣ୍ଡ  କରାଯାଇ ସେମାନଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ସମ୍ପର୍କରେ ଡାକ୍ତରୀ ଟିମ୍ ତର୍ଜମା କରିଥିଲେ । ତେବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଯୋଡା ଶିଶୁକନ୍ୟାଙ୍କ ଅବସ୍ଥା ଉଦ୍‌-ବେଗଜନକ ରହିଛି । ପୂର୍ବରୁ ଯୋଡା ଶିଶୁଙ୍କର ଗୋଟିଏ ହୃତପିଣ୍ଡ ଥିଲା ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ଏବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦୁଇ ଶିଶୁଙ୍କର ଗୋଟିଏ ଲିଭର ରହିଛି । ତେଣୁ ଶିଶୁ ଦୁଇ ଜଣଙ୍କୁ ଅପରେସନ କରି ଅଲଗା କରିବା କଷ୍ଟକର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.