ବିଧାନସଭା ଶୀତ ଅଧିବେଶନ : ଢେଙ୍କାନାଳ ଜିଲ୍ଲା ବଳରାମପୁରପୁର ମଦ କାରଖାନା ପାଇଁ ଗଛକଟା ପ୍ରସଙ୍ଗରେ ଗୃହରେ ଆସିଲା ମୁଲତବୀ ପ୍ରସ୍ତାବ

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪|୧୧:  ଢେଙ୍କାନାଳ ଜିଲ୍ଲା ବଳରାମପୁରପୁର ମଦ କାରଖାନା ପାଇଁ ଗଛକଟା ପ୍ରସଙ୍ଗରେ ଗୃହରେ ଆସିଲା ମୁଲତବୀ ପ୍ରସ୍ତାବ । ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ଜଙ୍ଗଲ ଜାଣି ମଧ୍ୟ ସେଠାରୁ ଗଛ କଟାଯାଇଛି । ଏଥିପାଇଁ କେନ୍ଦ୍ର ଅନୁମତି ନିଆଯାଇନି । ଏହାପଛରେ ଇଡକୋ, ଜଙ୍ଗଲ ଅଧିକାରୀ, କମ୍ପାନୀ ଏବଂ ଠିକାଦାରଙ୍କ ଭିତରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ ହୋଇଛି । ଏବେ ସେହି ସ୍ଥାନରେ ନୂଆ ଗଛ ଲଗାଯାଉ, ତାସହ ଗଛକଟାକୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ଗାଁ ଲୋକଙ୍କୁ ପୂର୍ବ ଭଳି ଜଙ୍ଗଲ ବ୍ୟବହାର କରିବାକୁ ଅନୁମତି ଦେବାକୁ ମଧ୍ୟ ବିରୋଧୀ ଦଳ ନେତା ଦାବି କରିଛନ୍ତି । ମୁଲତବୀ ପ୍ରସ୍ତାବରେ ଭାଗ ନେଇ ବିଜେପି ବିଧାୟକ ଦଳ ନେତା କ.ଭି ସିଂହଦେଓ କହିଛନ୍ତି, ମେକ୍  ଇନ୍ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଫ୍ୟାକ୍ଟ୍ରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଜଙ୍ଗଲ ସଚିବ ଏହି ସ୍ଥାନରୁ ହାତୀଙ୍କ ଚରାଭୂଇଁ ବୋଲି ଦର୍ଶାଇଥିବା ସତ୍ବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଅଣଦେଖା କରିଥିବା ଅଭିଯୋଗ କରି ଆରଡିସି ତଦନ୍ତ ବଦଳରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.