ଜମି ଜାଲିଆତି : ଢେଙ୍କାନାଳ ଅତିରିକ୍ତ ତହସିଲଦାରଙ୍କ ସହ ଅନ୍ୟ ୨ ଜଣ ଥାନାରେ ଅଟକ

Published By : Prameya-News7 Bureau | September 10, 2021 IST

ଢେଙ୍କାନାଳ ୧୦।୯: ଜଳାଶୟର କିଶମ ପରିବର୍ତ୍ତନ କରି ଜମି ଦଲାଲଙ୍କ ହାତରେ ଟେକି ଦେଇଛନ୍ତି ତହସିଲ କର୍ମଚାରୀ । ଆଉ ରାଜସ୍ବ କର୍ମଚାରୀ ଓ ଜମି ମାଫିଆଙ୍କ ସଲାସୁତରାରେ ଉକ୍ତ ଜମିକୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଉଛନ୍ତି । ଢେଙ୍କାନାଳ ତହସିଲରେ ଚଂଚକତାର କରାଯାଇଥିବା ଏପରି ଏକ ଜମି ଦୁର୍ନୀତି ପଦାକୁ ଆସିଛି ।

ଏ ସମ୍ପର୍କରେ ଢେଙ୍କାନାଳ ଟାଉନ ଥାନାରେ ସଦର ତହସିଲର ଅତିରିକ୍ତ ତହସିଲଦାରଙ୍କ ସମେତ ୧୦ଜଣ କର୍ମଚାରୀଙ୍କ ସମେତ ୧୨ଜଣଙ୍କ ନାମରେ ସଙ୍ଗୀନ ମାମଲା ରୁଜୁ କରାଯାଇଛି । ଫଳରେ ଟାଉନ ଥାନା ପୋଲିସ ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ଏହି ଜମି ଦୁର୍ନୀତି ମାମଲାର ଅଭିଯୁକ୍ତ ସୂତ୍ରଧର ନରେନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ବେବିନା ବେହେରାଙ୍କୁ  ଗୁରୁବାର ରାତିରୁ ପୋଲିସ ଉଠାଇ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.