ବାପା ହେବାକୁ ଯାଉଛନ୍ତି 'Kundali Bhagya'ର ଫେମ୍‌ ଅଭିନେତା ଧୀରଜ୍‌ ଧୁପର, ପୋଷ୍ଟ ସେୟାର କରି ଜଣାଇଲେ ଖୁସି ଖବର

Published By : Prameya-News7 Bureau | April 03, 2022 IST

ନୂଆଦିଲ୍ଳୀ ୦୩।୦୪: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଷ୍ଟାର ଧୀରଜ ଧୁପର। ପତ୍ନୀ ବିନ୍ନି ଅରୋରା ଏବଂ ଧୀରଜ୍‌ ଏହି ଖୁସିଖବରକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଉଭୟ ପ୍ରଥମ ସନ୍ତାନକୁ ନେଇ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିବା ନେଇ ଏକ ପୋଷ୍ଟ ସେୟାର କରିଛନ୍ତି।  ଯେଉଁଥିରେ ପତ୍ନୀ ବିନ୍ନିଙ୍କ ହାତରେ ଏକ ସୋନୋଗ୍ରାଫିର ଏକ ଫଟୋ ଧରିଥିବାର ଦେଖିବାକୁ ମିଳିଛି ।  କ୍ୟାପସନରେ ଲେଖା ହୋଇଛି କି ଆସନ୍ତା ଅଗଷ୍ଟରେ ଏକ ଛୋଟ ଚମତ୍କାର ହେବାକୁ ଯାଉଛି ।

wp:html
/wp:html

ବିନ୍ନି ମଧ୍ୟ ପେସାରେ ଜଣେ ଜଣାଶୁଣା ଅଭିନେତ୍ରୀ । ସେ ଅନେକ ଧାରାବାହିକ ରେ କାମ କରିଛନ୍ତି। ଧୀରଜଙ୍କ ସହ କାମ କରୁଥିବା ବେଳେ ସେ ତାଙ୍କ ପ୍ରେମରେ ପଡ଼ିଥିଲେ । ଦୀର୍ଘ ୭ ବର୍ଷ ଧରି ଡେଟିଂ କରିବା ପରେ ଦୁହେଁ ୨୦୧୬ରେ ବିବାହ କରିଥିଲେ। ନିକଟରେ ସେମାନେ ବିବାହର ପାଞ୍ଚ ବର୍ଷ ପୁରା କରିଥିବା ନେଇ ବଡ ସେଲିବ୍ରେସନ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.