ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ, ଦେଶ ବିଦେଶର ଶତାଧିକ ବୌଦ୍ଧ ସାଧୁସନ୍ଥ ସାମିଲ

Published By : Prameya-News7 Bureau | October 28, 2022 IST

ଭୁବନେଶ୍ୱର ୨୮।୧୦ :  ଆଜି ଧଉଳିର ସୁବର୍ଣ୍ଣ ଜୟନ୍ତୀ। ତା ପୂର୍ବରୁ ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୌଦ୍ଧ ସାଧୁସନ୍ଥ। ରାଜଭବନରୁ ଧଉଳି ପର୍ଯ୍ୟନ୍ତ ହୋଇଥିବା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦେଶ ବିଦେଶର ଶତାଧିକ ବୌଦ୍ଧ ସାଧୁ।

 ସୁବର୍ଣ୍ଣ ଜୟନ୍ତୀ ପାଇଁ ନୂଆ ରୂପରେ ସଜେଇ ହୋଇଛି ପିସ୍ ପାଗୋଡା। ହାତରେ ହ୍ୟାଣ୍ଡ ଡ୍ରମ୍ , ମନ୍ତ୍ର ଉଚ୍ଚାରଣ ସହ ପାଦରେ ପାଦ ମିଶାଇ ଚାଲିଛନ୍ତି ବୌଦ୍ଧ ସାଧୁ ସନ୍ଥ । ଧଉଳିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପୂର୍ବରୁ ରାଜଧାନୀରେ ଶାନ୍ତି ଶୋଭାଯାତ୍ରା । ଯେଉଁଥିରେ ସାମିଲ ହୋଇଥିଲେ ଦେଶ ବିଦେଶରୁ ଆସିଥିବା ଶତାଧିକ ବୌଦ୍ଧ ସାଧୁ ସନ୍ଥ । ରାଜଭବନ ନିକଟ ସ୍ବତନ୍ତ୍ର ସର୍କିଟ ହାଉସରୁ ଶୋଭାଯାତ୍ରା ବାହାରି ଧଉଳି ପର୍ଯ୍ୟନ୍ତ ଯାଇଥିଲା । ଧଉଳିରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ ବୌଦ୍ଧ ସନ୍ୟାସୀ ଏବଂ ଧର୍ମଗୁରୁ । ଅଶୋକ ଶିଳାଲିପି ପରିଦର୍ଶନ କରିବା ସହ ବିଶ୍ବକୁ ଶାନ୍ତି ବାର୍ତ୍ତା ବାଣ୍ଟିଛନ୍ତି ।

{"id":701310,"sizeSlug":"full","linkDestination":"none"}

ତେବେ ଶୁକ୍ରବାର ଧଉଳିର ସୁବର୍ଣ୍ଣ ଜୟନ୍ତୀ । ସେଥିପାଇଁ ସଜେଇ ହୋଇଛି ପିସ୍ ପାଗୋଡା । ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ପୂଜାପାଠ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଧଉଳି ପାହଡ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଜିଲ୍ଲାପାଳ ପ୍ରମୁଖ ଧଉଳି ପରିଦର୍ଶନ କରିବା ସହ ଉନ୍ନତିମୂଳକ କାମର ତଦାରଖ କରିଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଶୁକ୍ରବାର ସକାଳ ୭ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୁପକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.