ଧସିଲା ପଥର ପ୍ୟାକିଂ ଓ ଗେଙ୍ଗୁଟି ନଦୀବନ୍ଧ, ଶତାଧିକ ପରିବାର ଆତଙ୍କିତ

Published By : Prameya-News7 Bureau | August 14, 2022 IST

ଭଦ୍ରକ ୧୪/୦୮ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାମେଶ୍ବରପୁର ମହାନ୍ତି ସାହି ନିକଟରେ ଧସିଲା ପଥର ପ୍ୟାକିଙ୍ଗ । ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଶାଖା ନଦୀ ଗେଙ୍ଗୁଟି ନଦୀବନ୍ଧ ଧସିଥିବା ସୂଚନା ମିଳିଛି ।

ସେହିପରି ଦଳାଙ୍ଗ ପଞ୍ଚାୟତ ରାମେଶ୍ଵରପୁର ମହାନ୍ତିସାହି ନିକଟରେ ବନ୍ଧ ଧସିଥିବା ସୂଚନା ମିଳିଛି। ଫଳରେ ବନ୍ୟା ଆସୁଥିବାରୁ ସ୍ଥାନୀୟ ଶତାଧିକ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବୈତରଣୀ-ସାଳନ୍ଦୀରେ ବନ୍ୟାଜଳ

ଲଗାଣ ବର୍ଷା ପାଇଁ  ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ, ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । 

ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳ ସ୍ତର  ୧୭.୯୬ ମିଟରରେ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର  ବାଡିଛି  । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ବଢିଛି। ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକର  ତଳିଆ ଅଞ୍ଚଳର ଚାଷଜମି ପ୍ରଭାବିତ ହୋଇଛି ।

ଲଗାଣ ବର୍ଷା ପାଇଁ ଭଦ୍ରକ ପୌରାଞ୍ଚଳ ଅଧିନରେ କେତେକ ୱାର୍ଡର ୬ଟି ପରିବାରର ୩୦ ଜଣଙ୍କୁ ରାତ୍ର ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.