କ୍ୟାମେରା ସାମ୍ନାକୁ ଆସିଲେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ, ଦେଓଲ ପରିବାର ଫଟୋ ସୋସିଆଲ ମିଡ଼ିଆରେ ହେଲା ଭାଇରାଲ…

Published By : Prameya-News7 Bureau | September 21, 2019 IST

ମୁମ୍ବାଇ୨୧|୯: ସନି ଦେଓଲଙ୍କ ପୁଅ କରଣ ଦେଓଲ ବଲିଉଡ୍‌ରେ ନୂଆକରି ଏଣ୍ଟ୍ରି କରିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ପଲ ପଲ ଦିଲ’ ଫିଲ୍ମ ରିଲିଜ ହୋଇଛି। ଫିଲ୍ମଟି ଟ୍ରେଲର ରିଲିଜ ହେବାପରେ ପୂରା ଦେଓଲ ପରିବାର ପିଲ୍ମର ପ୍ରମୋସନ କାମରେ ଲାଗି ପଡ଼ିଥିଲେ। କରଣଙ୍କ ଫିଲ୍ମ ଦେଖିବା ଲାଗି ଦେଓଲ ପରିବାରର ସଦସ୍ୟ ସବୁ ଏକତ୍ରିତ ହୋଇଥିଲେ। ଏହି ଅବସରରେ ଧର୍ମେନ୍ଦ୍ର ଦେଓଲଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ନଜର ଆସିଥିଲେ।

ବଲିଉଡରେ ଦୀର୍ଘଦିନ ହିରୋ ଭୂମିକାରେ ଅଭିନୟକରି ଦର୍ଶକଙ୍କ ମନ ଜିଣିଥିବା ଧର୍ମେନ୍ଦ୍ର ଦେଓଲଙ୍କ ପ୍ରଥମ ପତ୍ନୀ ନାଁ ପ୍ରକାଶ କୌର। କ୍ୟାମେରା ସାମ୍ନାରେ ପ୍ରକାଶ କୌରଙ୍କୁ ଦେଖି ସସସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ନାତି କରଣଙ୍କ ଡେବ୍ୟୁ ଫିଲ୍ମ ଦେଖିବା ପାଇଁ ପ୍ରକାଶ କୌର ସେଠାରେ ପହଞ୍ଚିଥିଲେ। ଏହାପରେ ଦେଓଲ ପରିବାରଙ୍କ ସହ ପ୍ରକାଶ କୌରଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

ହେମା ମାଳିନୀଙ୍କୁ ବିବାହ କରିବା ପୂର୍ବରୁ ପ୍ରକାଶ କୌରଙ୍କୁ ଧର୍ମେନ୍ଦ୍ର ବିବାହ କରିଥିଲେ। ହେମା ମାଳିନୀଙ୍କୁ ଦ୍ବିତୀୟ ବିବାହ କରିବା ପରେ ବି ପ୍ରକାଶ କୌରଙ୍କୁ ସେ ଛାଡ଼ପତ୍ର ଦେଇନଥିଲେ। ଛାଡ଼ପତ୍ର ନଦେବା ଲାଗି ପ୍ରକାଶ କୌର ଧର୍ମେନ୍ଦ୍ରଙ୍କୁ ମନା କରିଥିଲେ। ଆଇନ ଅନୁସାରେ ପ୍ରଥମ ପତ୍ନୀ ଥିଲେ ଦ୍ବିତୀୟ ବିବାହ କରି ପାରିବେ ନାହିଁ। ତେଣୁ ସେ ଇସ୍ଲାମ ଧର୍ମକୁ ଗ୍ରହଣ କରିବା ପରେ ହେମାମାଳିନୀଙ୍କୁ ବିବାହ କରିଥିଲେ।

ପ୍ରକାଶ କୌରଙ୍କୁ ୧୯୫୪ ମସିହାରେ ଧର୍ମେନ୍ଦ୍ର ବିବାହ କରିଥିଲେ। ପ୍ରକାଶ କୌର ଓ ଧର୍ମେନ୍ଦ୍ର ଉଭୟଙ୍କର ଚାରିଜଣ ସନ୍ତାନ ସେମାନେ ହେଲେ ସନି ଦେଓଲ, ବବି ଦେଓଲ, ବିଜେତା ଓ ଅଜିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.