ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପୋଲିସ ଅଧିକାରୀଙ୍କ ଉପରେ ଭଡକିଲେ ସମାଜବାଦୀ ପାର୍ଟି ନେତା, ଭାଇରାଲ ହେଲା ମଜାଦାର ଇଂଲିଶ କୁହା ଭିଡିଓ…

27/06/2022 at 10:45 AM

ଆଜମଗଡ ୨୭/୦୬: ଆଜମଗଡରୁ ଲୋକସଭା ଉପ-ନିର୍ବାଚନରେ ​ବିପୁଳ ପରାଜୟର ସମ୍ମୁଖୀନ ହୋଇଛି ​ସମାଜବାଦୀ ପାର୍ଟି । ବିଜେପିର ଦୀନେଶ ଲାଲ ଯାଦବ ନିରହୁଆଙ୍କଠାରୁ ହାରିଛନ୍ତି ଏସପି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବ । ରବିବାର ଆଜମଗଡରେ ହେଉଥିଲା ଭୋଟ୍ ଗଣତି । ଏହି ସମୟରେ ଏସପି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କ ପୋଲିସ୍ ସହିତ ଝଗଡା ହୋଇଥିଲା । ତେବେ ଏହି ଝଗଡା ସମୟରେ ଇଂଲିଶରେ ଗାଳି କରୁଥିବା ନଜର ଆସିଥିଲା ।

ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ମଜାଦାର କଥା ହେଉଛି ଭାଇରାଲ ହୋଇଥିବା ଭିଡିଓରେ ନେତାଙ୍କ ଇଂଲିଶ କୁହାକୁ ନେଇ ଜୋରଦାର ହେଉଛି । ହାରିଯିବା ପରେ ପୋଲିସ ଉପରେ କ୍ଷୋଭ ପ୍ରକାଶ କରି ରାଗରେ ହିନ୍ଦି ମିଶା ଇଂଲିଶ କହିଦେଇଛନ୍ତି । ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି । ଯାହାକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର୍ସ ।

ସୂଚନା ଥାଉକି, ଉତ୍ତରପ୍ରଦେଶ ଆଜମଗଡ ଓ ରାମପୁର ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା । ଏହି ଦୁଇଟିଯାକ ଆସନରେ ବିଜେପି ପ୍ରାର୍ଥୀଙ୍କ ଜିତାପଟ ହୋଇଛି । ତେବେ ନିର୍ବାଚନ ପରେ ଭୋଟ ଗଣତି ପୂର୍ବରୁ ଭୋଟିଂ ମେସିନ ଟ୍ୟାମ୍ପରିଙ୍ଗ ଅଭିଯୋଗ କରି ଷ୍ଟ୍ରଙ୍ଗରୁମକୁ ଯିବାକୁ ଚାହୁଁଥିଲେ ଧର୍ମେନ୍ଦ୍ର ଯାଦବ । କିନ୍ତୁ ତାଙ୍କୁ ଅଟାଇଦେଇଥିଲେ ପୋଲିସ ଅଧିକାରୀ । ଏତିକିରେ ଧର୍ମେନ୍ଦ୍ର ରାଗ ପଞ୍ଚମ ହୋଇଯାଇଥିଲା । ସେ ରାଗିଯାଇ ପୋଲିସ ବାବୁଙ୍କୁ ‘ହାଓ କ୍ୟାନ୍ ୟୁ ରୋକ୍?’

ଆଜମଗଡରେ ଦିନେଶ ଲାଲ ଯାଦବ ନିରହୁଆ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ଭାଇ ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଛନ୍ତି । ନିରହୁଆଙ୍କୁ ମୋଟ ୩,୧୨,୭୬୮ ଟି ଭୋଟ ମିଳିଥିବାବେଳେ ଧର୍ମେନ୍ଦ୍ରଙ୍କୁ ମିଳିଛି ମାତ୍ର ୩,୦,୪୦୮୯ଟି ଭୋଟ ।

   Related Posts