LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଣ କରନ୍ତି ଧର୍ମେନ୍ଦ୍ରଙ୍କ ୬ ସନ୍ତାନ, ଜାଣନ୍ତୁ ଏମାନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ…

28/02/2023 at 4:00 PM

ମୁମ୍ବାଇ ୨୮।୦୨: ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର । ସେ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ବେଶ୍ ଚର୍ଚ୍ଚାରେ ରହଥାନ୍ତି । ବଲିଉଡକୁ ୧୦୦ରୁ ଅଧିକ ହିଟ୍ ଫିଲ୍ମ ଦେଇଥିବା ଧର୍ମେନ୍ଦ୍ରଙ୍କର ଅନେକ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି । ଏହି ରୋମାଣ୍ଟିକ ହିରୋ ୨ଟି ବିବାହ କରିଥିବା ବେଳେ ତାଙ୍କର ୬ ସନ୍ତାନ ରହିଛନ୍ତି । କିନ୍ତୁ ପ୍ରାୟ କମ୍ ଫ୍ୟାନ୍ସଙ୍କୁ ଜଣା ଏହି ଅଭିନେତାଙ୍କ ପିଲାମାନେ ନିଜ ଜୀବନରେ କଣ କରନ୍ତି । କିଛି ସନ୍ତାନ ବଡ ପରଦାରେ ନଜର ଆସି ସାରିଥିବା ବେଳେ ଅନ୍ୟମାନେ କଣ କରନ୍ତି ଆସନ୍ତୁ ଜାଣିବା…

ଧର୍ମେନ୍ଦ୍ରଙ୍କର ୬ ସନ୍ତାନ । ଏମାନଙ୍କ ମଧ୍ୟରୁ ବଡ଼ ପରଦାରେ ଇଶା, ଶନି ଏବଂ ବବି ଦେଓଲଙ୍କୁ ଦେଖିବାକୁ ମିଳିସାରିଛି । କିନ୍ତୁ ଅନ୍ୟମାନେ ପ୍ରାୟ ଲାଇମଲାଇଟରୁ ଦୂରେଇ ରହିଥାନ୍ତି । ଧର୍ମେନ୍ଦ୍ରଙ୍କର ପ୍ରଥମ ବିବାହ ମାତ୍ର ୧୯ ବର୍ଷ ବୟସରେ ହୋଇଥିଲା । ସେତେବେଳେ ସେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ଧର୍ମେନ୍ଦ୍ର ଏବଂ ପ୍ରକାଶଙ୍କର ୪ଟି ସନ୍ତାନ ଥିଲେ । ଅଜୟ ସିଂ (ସନ୍ନି ଦେଓଲ), ବିଜୟ ସିଂ (ବବି ଦେଓଲ), ବିଜେତା ଏବଂ ଅଜେତା ଦେଓଲ । ଏହାପରେ ଧର୍ମେନ୍ଦ୍ର ୧୯୮୦ରେ ଦ୍ୱିତୀୟ ଥର ପାଇଁ ହେମା ମାଳିନୀଙ୍କୁ ବିବାହ କରିଥିଲେ । ହେମା ଏବଂ ଧର୍ମେନ୍ଦ୍ରଙ୍କର ୨ଟି ଝିଅ ରହିଛନ୍ତି । ସେମାନେ ହେଲେ ଇଶା ଏବଂ ଅହାନା ଦେଓଲ ।

ଆସନ୍ତୁ ଜାଣିବା ଧର୍ମେନ୍ଦ୍ରଙ୍କ ପିଲାମାନେ କ’ଣ କାମ କରନ୍ତି ?

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କର ବଡ ପୁଅ ସନ୍ନି ଦେଓଲ ଜଣେ ବଲିଉଡ ଅଭିନେତା ହେବା ସହ ଜଣେ ରାଜନେତା ମଧ୍ୟ । ତାଙ୍କ ସାନ ପୁଅ ବବି ଦେଓଲ ମଧ୍ୟ ଅଭିନୟରେ ନିଜର ନାଁ କରିଛନ୍ତି । କିନ୍ତୁ ଧର୍ମେନ୍ଦ୍ର ଏବଂ ପ୍ରକାଶ କୌରଙ୍କ ୨ ଝିଅ ବିଜେତା ଏବଂ ଅଜେତା ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ସୂଚନା ଅନୁଯାୟୀ, ଉଭୟ ବିବାହିତ । ବିବାହ ପରେ ଅଜେତା କାଲିଫର୍ଣ୍ଣିଆରେ ସେଟେଲ୍ ହୋଇଯାଇଥିବା ବେଳେ ବିଜେତାଙ୍କର ଏକ ପ୍ରଡକ୍ସନ୍ ହାଉସ୍ ରହିଛି । ଯାହାର ନାମ ବିଜେତା ପ୍ରଡକ୍ସନ୍ ହାଉସ୍ ମଧ୍ୟ ରହିଛି । ଏଣ୍ଟରଟେନମେଣ୍ଟ ଖବର ଅନୁଯାୟୀ ବିଜେତା ମଧ୍ୟ ଆମେରିକାରେ ରୁହନ୍ତି ।

ସେହିପରି ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଝିଅ ଇଶା ନିଜ ମାତା-ପିତାଙ୍କ ଭଳି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡି ହୋଇ ରହିଛନ୍ତି । ଇଶା ବିଜନେସମ୍ୟାନ୍ ଭରତ ତାଖତାନୀଙ୍କୁ ବିବାହ କରିଛନ୍ତି । ସେହିପରି ହେମାଙ୍କ ସାନ ଝିଅ ଅହାନା ଦେଓଲ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅଟନ୍ତି । ସେ ମଧ୍ୟ ବିଜନେସମ୍ୟାନ୍ ବୈଭବ କୁମାରଙ୍କୁ ବିବାହ କରିଛନ୍ତି ।

   Related Posts