କଳିଙ୍ଗ ଷ୍ଟୁଡିଓକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟ୍ୱିଟ ପରେ ରାଜ୍ୟ ରାଜନୈତିକ ବାତାବରଣ ସରଗରମ
6/05/2018 at 12:02 PM

କଳିଙ୍ଗ ଷ୍ଟୁଡିଓକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟ୍ୱିଟ ପରେ ରାଜ୍ୟ ରାଜନୈତିକ ବାତାବରଣ ସରଗରମ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା :
ଫିଲ୍ମ ଇଣ୍ଡଷ୍ଟ୍ରିକୁ ଉତ୍ସାହିତ କରିବା କଥା…ତାକୁ ଉତ୍ସାହିତ ନକରି ସେ ଜାଗାକୁ ସରକାର ସ୍ପୋର୍ଟ୍ସ କମ୍ପ୍ଲେକ୍ସ କରିବାକୁ ଦେବା ଗ୍ରହଣୀୟ ନୁହେଁ…ସ୍ପୋର୍ଟ୍ସ କମ୍ପ୍ଲେକ୍ସ ହେଉ ସେଥିରେ ଆପତ୍ତି ନାହିଁ…କିନ୍ତୁ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଅନ୍ୟ ସ୍ଥାନରେ କରାଯାଉ…ଫିଲ୍ମ ଇଣ୍ଡଷ୍ଟ୍ରିକୁ ଉତ୍ସାହିତ କରିବାକୁ କଳିଙ୍ଗ ଷ୍ଟୁଡିଓର ଉନ୍ନତିକରଣ ହେଉ…ସ୍ପୋର୍ଟ୍ସ କମ୍ପ୍ଲେକ୍ସ କରିବା ଆଳରେ ଷ୍ଟୁଡିଓକୁ ସଙ୍କୁଚିତ କରାନଯାଇ…
ଶିଳ୍ପ ମନ୍ତ୍ରୀ ଅନନ୍ତ ଦାଶଙ୍କ ପ୍ରତିକ୍ରିୟା :
ମୁଁ ଗତକାଲି ଗଣମାଧ୍ୟମରୁ ଜାଣିଲି…କେତେ ଜମି ଥିଲା କେତେ ଜମି ପଡିଆ ପଡିଛି ସେକଥା ତର୍ଜମା କରାଯିବ…ଜିଏ(ସାଧାରଣ ପ୍ରଶାସନ) ବିଭାଗର ମାଲିକ ହେଉଛନ୍ତି ମୁଖ୍ୟମନ୍ତ୍ରୀ…ସେ ସବୁ କଥା ବିଚାର କରି ପଦକ୍ଷେପ ନେବେ…କ୍ରୀଡା ବିଭାଗ କେବଳ ପ୍ରସ୍ତାବ ଦେଇଛି…ପ୍ରସ୍ତାବ ଦିଆଗଲେ ଯେ ଜମି ଦିଆଗଲା ତାହା କହିବା ଠିକ୍ ନୁହେଁ…କ୍ରୀଡା ବିଭାଗ ବି ଆମର ଚଳଚ୍ଚିତ୍ର ଉନ୍ନୟନ ନିଗମ ବି ଆମର…ଆବଶ୍ୟକ ପଡିଲେ ଉଭୟ ବିଭାଗର ମନ୍ତ୍ରୀ ମିଶି ଆଲୋଚନା କରିବେ…