ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବିବାହ ପରେ ବି କରିଥିଲେ ଆଫେୟର୍ସ, କାହାର ଭାଙ୍ଗିଥିଲା ସମ୍ପର୍କ ତ ଆଉ କିଏ କରିଥିଲେ ଦ୍ବିତୀୟ ବିବାହ….

4/02/2023 at 5:38 PM

ନୂଆଦିଲ୍ଲୀ ୦୪।୦୨ ;  ବଲିଉଡରେ ଏମିତି ଅନେକ ଷ୍ଟାର ଅଛନ୍ତି ଯିଏକି ବିବାହ ପରେ ମଧ୍ୟ ଆକ୍ଟ୍ରେସମାନଙ୍କ ପ୍ରେମରେ ପଡିଯାଇଥିଲେ ।  ଏକ୍ସଟ୍ରା ମ୍ୟାରେଟିଆଲ୍ ଆଫେୟର୍ସ ନେଇ ଖୁବ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ।  ଏଥିରେ ଅନେକ ବଡ ବଡ କଳାକାରଙ୍କ ନାଁ ରହିଛି । କିଛି ସେଲିବ୍ରିଟି ପୂର୍ବ ସମ୍ପର୍କ ଭାଙ୍ଗି ଦ୍ବିତୀୟ ବିବାହ କରିଥିଲେ ତ ଆଉ କିଛି  ଏକ୍ସଟ୍ରା ମ୍ୟାରେଟିଆଲ୍ ଆଫେୟର୍ସ ପାଇଁ  ନିଜ ପତ୍ନୀଙ୍କ ସହ ସମ୍ପର୍କ ନଷ୍ଟ ହୋଇଗଲା। ଆସନ୍ତୁ ନଜର ପକାଇବା ସେପରି କିଛି ତାରକାଙ୍କ ଉପରେ…

ପ୍ରଥମରେ ଜାଣିବା ଶାହରୁଖ ଖାନଙ୍କ ବିଷୟରେ । ଶାହରୁଖ ଏବଂ ପ୍ରିୟଙ୍କା ଚୋପ୍ରା ଏକାଠି ଅନେକ ଫିଲ୍ମ କରିଛନ୍ତି । ଏମାନଙ୍କ ଯୋଡି ମଧ୍ୟ ସ୍କିନରେ ଧମାଲ କରୁଥିଲା । କିନ୍ତୁ ଏହାରି ମଧ୍ୟରେ ଚର୍ଚ୍ଚାକୁ ଆସିଲା ଯେ ଉଭୟଙ୍କ ଆଫେୟର୍ସ ଚାଲିଛି । ଏହି ଖବର ଯାଇ ଶାହରୁଖଙ୍କ ପତ୍ନୀ ଗୌରୀ ଖାନଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ପ୍ରିୟଙ୍କାଙ୍କ ଠାରୁ ଦୂରେଇବା ସହ ତାଙ୍କ ସହ ଫିଲ୍ମ ନକରିବାକୁ  ରୋକଠୋକ୍ ଶୁଣାଇ ଦେଇଥିଲେ ଗୌରୀ । ଏହାପରଠୁ ଶାହରୁଖଙ୍କୁ ଆଉ ପ୍ରିୟଙ୍କଙ୍କା ସହ ଫିଲ୍ମରେ ବି ଦେଖିବାକୁ ମିଳିନି ।

ଏହାପଛକୁ ରହିଛନ୍ତି ଡ୍ୟାନ୍ସିଙ୍ଗ ଷ୍ଟାର ଗୋବିନ୍ଦା  । ଗୋବିନ୍ଦାଙ୍କ ଫିଲ୍ମ ‘ହଦ୍ କର ଦି ଆପନେ’ ଫିଲ୍ମରୁ ରାଣୀ ମୁଖାର୍ଜିଙ୍କ ସହ ସମ୍ପର୍କ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହାପରେ ତାଙ୍କ ପତ୍ନୀ ସୁନିତା ଏବଂ ଗୋବିନ୍ଦାଙ୍କ ମଧ୍ୟ ଜୋରଦାର ଝଗଡା ଦେଖିବାକୁ ମିଳିଥିଲା । ଯେଉଁଥିରେ କି ସେମାନଙ୍କ ସମ୍ପର୍କ ଭାଙ୍ଗିବା ରହିଥିଲା ଏବଂ କଷ୍ଟମଷ୍ଟରେ ଉଭୟଙ୍କ ସମ୍ପର୍କ ବଞ୍ଚିଯାଇଥିଲା । ଆଉ ରାଣୀଙ୍କଠାରୁ ଦୁରେଇ ଯାଇଥିଲେ ଗୋବିନ୍ଦା ।

ଏହା ପଛକୁ  ଅଛନ୍ତି ରୋମାଣ୍ଟିକ ଷ୍ଟାର ଧର୍ମେନ୍ଦ୍ର । ସେ ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ଧର୍ମେନ୍ଦ୍ର ପ୍ରକାଶଙ୍କୁ ପରିବାର ସଦସ୍ୟଙ୍କ ସହମତି କ୍ରମେ ବିବାହ କରିଥିଲେ ଏବଂ ପରେ ସେ ଚାରି ସନ୍ତାନର ପିତା ମଧ୍ୟ ହୋଇଥିଲେ । ଏହା ପରେ ସେ ଫିଲ୍ମରେ କାମ କରୁଥିବାବେଳେ ହେମା ମାଲିନିଙ୍କ ନିକଟତର ହୋଇଥିଲେ । ଆଉ ହେମାଙ୍କୁ ତାଙ୍କର ଦ୍ୱିତୀୟ ପତ୍ନୀ ଭାବରେ ଗ୍ରହଣ କରିଥିଲେ । ତେବେ ଏହି ବିବାହର ଆଉ ଏକ ଖାସ୍ କଥା ହେଉଛି ଧର୍ମେନ୍ଦ୍ର ହେମାଙ୍କୁ ବିବାହ ପାଇଁ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ଏବଂ ପରେ ବିବାହ କରିଥିଲେ । ତେବେ ଆଜି ଯାଏଁ ଧର୍ମେନ୍ଦ୍ର ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇନାହାଁନ୍ତି ।

ଏହି ଲିଷ୍ଟରେ ଅଛନ୍ତି ମଲାଇକା ଆରୋରା । ମଲାଇକା ଅରବାଜ ଖାନଙ୍କୁ ବିବାହ କରିଥିଲେ । କିନ୍ତୁ ୧୯ ବର୍ଷ ପରେ ଦୁହେଁ ୨୦୧୭ ରେ ଛାଡପତ୍ର ନେଇଥିଲେ । ଛାଡପତ୍ର ହେବାର କାରଣ ଉଭୟ ଜଣାଇ ନାହାଁନ୍ତି, କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଲାଇକାଙ୍କ ନାମ ଅର୍ଜୁନ କପୁରଙ୍କ ସହ ଆସିବା ପରେ ଦୁହିଙ୍କର ଛାଡପତ୍ର ହୋଇଥିଲା ।  ଛାଡପତ୍ର ପରେ ମଲାଇକା ଅର୍ଜୁନଙ୍କ ସହ ରହୁଛନ୍ତି ।

ସେହିପରି ରାଜ ବବର ପ୍ରଥମେ ନାଦିରା ବାବରଙ୍କୁ ବିବାହ କରିଥିଲେ । ଦୁହେଁ ପରିବାରରେ ଖୁସି ଥିବା ବେଳେ ରାଜ ବାବର ଫିଲ୍ମ କରିବା ସମୟରେ ସେ ସ୍ମିତା ପାଟିଲଙ୍କ ପ୍ରେମରେ ପଡିଯାଇଥିଲେ । ଏହା ପରେ ରାଜ ସ୍ମିତାଙ୍କୁ ବିବାହ କରିଥିଲେ । ଏହାରି ମଧ୍ୟରେ ସ୍ମିତାଙ୍କର ପ୍ରେଗନେସ୍ସି ସମୟରେ ମୃତ୍ୟୁ ହୋଇଯିବାରୁ ରାଜ ପୁଣି ନିଜ ପୂର୍ବ ପତ୍ନୀଙ୍କ ପାଖକୁ ଫେରି ଆସିଥିଲେ  ।

   Related Posts