ତୈଳକୂପ ଅଗ୍ନିକାଣ୍ଡ ଘଟଣା: ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର , ଆଜି ଘଟଣାସ୍ଥଳକୁ ଯାଇ କରିବେ ସ୍ଥିତି ଅନୁଧ୍ୟାନ

Published By : Prameya-News7 Bureau | June 14, 2020 IST

ଭୁବନେଶ୍ୱର ୧୪।୦୬: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଆସାମର ବାଗଜାନଠାରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି । ଆଜି ସେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାସ୍ଥଳକୁ ଯାଇ ଗ୍ରାଉଣ୍ଡ୍‌ ଜିରୋରୁ ସ୍ଥିତି ଅନୁଧ୍ୟାନ କରିବେ ।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍‌ କରି କହିଛନ୍ତି ଯେ, ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଅଏଲ ଇଣ୍ଡିଆ, ଓଏନ୍‌ଜିସି ଏବଂ ପରିଚାଳନା ଟିମ୍‌ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ସେଠାରେ ସ୍ଥିତି ନିୟନ୍ତ୍ରଣ କରିବା ତଥା କ୍ଷୟକ୍ଷତି କିପରି କମ୍‌ ହେବ ସେଥିପାଇଁ ବିଶେଷଜ୍ଞମାନେ ପରିଚାଳନା କାର୍ଯ୍ୟ ଜୋରଦାର ଚଳାଇଛନ୍ତି । ଆମର ଦଳ ୨୪ ଘଣ୍ଟା କାର୍ଯ୍ୟ କରୁଛି । ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.