ତାଳଚେର ଯିବେ କେନ୍ଦ୍ରମନ୍ତ୍ରୀ,ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠାରେ ଯୋଗଦେବେ

Published By : Prameya-News7 Bureau | December 02, 2022 IST

ଅନୁଗୁଳ ୦୨/୧୨: ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି । ଦିନ ପ୍ରାୟ ୧୦.୩୦ରେ ଗୋଡିବନ୍ଧ ଛକରୁ ଏକ ମଟର ସାଇକେଲ ରାଲିରେ ଗୁରୁଜାଙ୍ଗ ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ସେହିଠାରେ ହନୁମାନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହି ଗ୍ରାମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସ୍ଥାନ ନିରୂପଣ କରି ପରିବାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.