କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ : CAA ସପକ୍ଷରେ ସଚେତନତା ସୃଷ୍ଟି କରିବ ବିଜେପି

Published By : Prameya-News7 Bureau | December 26, 2019 IST

ଭୁବନେଶ୍ବର ୨୬/୧୨: CAA ସପକ୍ଷରେ ସଚେତନତା ସୃଷ୍ଟି କରିବ ବିଜେପି । ପ୍ରତି ପଞ୍ଚାୟତରେ ଲୋକଙ୍କୁ ଭେଟି ନାଗରିକତା ଆଇନ କଣ ତାହା ବୁଝାଇବ ଦଳ । ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ନୂଆ ଆଇନରେ ଦେଢ କୋଟି ଲୋକ ପାଇବେ ନାଗରିକତା । ସେମାନେ ପଡୋଶୀ ଦେଶରେ ଅତ୍ୟାଚାରିତ ହୋଇ ଭାରତକୁ ପଳାଇଆସିଛନ୍ତି ।

ଏଥିରେ ଦେଶରେ ବସବାସ କରୁଥିବା ନାଗରିକମାନଙ୍କର କୌଣସି ଅସୁବିଧା ନାହିଁ । କିନ୍ତୁ ଅସହିଷ୍ଣୁ ହୋଇ ଆଇନ ଉପରେ ମିଥ୍ୟା ପ୍ରଚାର କରୁଛି କଂଗ୍ରେସ । କ୍ଷମତାରେ ଥିବା ବେଳେ ଏହି ଆଇନ ଆଣିଥିଲା କଂଗ୍ରେସ । ହେଲେ ଏହାକୁ ଲାଗୁ କରିପାରିନଥିଲା । କେନ୍ଦ୍ରୃର ମୋଦି ସରକାର ଏହି ଆଇନ ଲାଗୁ କରିବାକୁ ସାହସ ଦେଖାଇଛନ୍ତି । ଦେଶରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ବିଜେପି ମଧ୍ୟ କଂଗ୍ରେସର ଅପପ୍ରଚାର ବିରୋଧରେ ଲୋକଙ୍କୁ ପାଖକୁ ଯିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।

ଜାନୁଆରୀରେ ମାସେ ବ୍ୟାପି ସଚେତନତା କାର୍ଯ୍ୟକ୍ରମ କରିବ ଦଳ । ସେପଟେବିଜେପିର ଆକ୍ଷେପକୁ କାଉଣ୍ଟର କରିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେଉ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ ମୋଦି ତାହା ପୂରଣ ହୋଇନି । ନାଗରିକତା ଆଇନ ନାଁରେ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା ଚାଲିଛି । ଏବେ ଗଣତନ୍ତ୍ର ପ୍ରତି ବିପଦ ଆସିଛି । ଆମେ ଏ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବା କଣ ରାଜନୀତି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ନିରଞ୍ଜନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.