ଉତ୍କଳ ବିଶ୍ଵ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ମାନ୍ୟତା ଦେବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
27/11/2020 at 10:21 PM

ନୂଆଦିଲ୍ଲୀ/ଭୁବନେଶ୍ଵର ୨୭।୧୧: ଉତ୍କଳ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ଵ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ।
କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଏବଂ ବିଶେଷ ଭାବରେ ଭୁବନେଶ୍ଵର ନିକଟରେ ଦ୍ବିତୀୟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି । ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଓଡ଼ଶାର ଶିକ୍ଷାବିତ ମାନେ ଦୀର୍ଘ ଦିନରୁ ଦାବୀ କରି ଆସୁଛନ୍ତି। ବିହାର ଏବଂ ଆନ୍ଧ୍ରପ୍ରଦେଶ ଭଳି ପଡୋଶୀ ରାଜ୍ୟ ସହ ତୁଳନା କରାଗଲେ ବିହାରରେ ୪ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି ଏବଂ ଆନ୍ଧ୍ରପ୍ରଦେଶରେ ୩ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି । ମାତ୍ର ଅପରପକ୍ଷରେ ଓଡ଼ଶାରେ କେବଳ କୋରାପୁଟ ଠାରେ ଓଡ଼ଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି ଏବଂ ଏହା ଦ୍ବାରା କେବଳ ଦକ୍ଷିଣ ଓଡ଼ଶାର ଛାତ୍ରଛାତ୍ରୀମାନେ ଲାଭ ପାଉଛନ୍ତି।
ଧର୍ମେନ୍ଦ୍ର ଚିଠିରେ କହିଛନ୍ତି, ଭୁବନେଶ୍ବର ଆଗାମୀ ଦିନରେ ପୂର୍ବ ଭାରତର ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରର ପେଣ୍ଠ ସ୍ଥଳି ହେବ। ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଲେ ଉପକୂଳ ଏବଂ ପୂର୍ବ ଓଡ଼ଶାର ଛାତ୍ରଛାତ୍ରୀମାନେ ଉପକୃତ ହେବା ସହ ଏହି ଅଂଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ ଶିଳ୍ପ ଓ ଶିକ୍ଷାବିତଙ୍କ ମଧ୍ୟରେ ସମନ୍ବୟ ତିଆରି ହେବା ସହ ଅତ୍ୟାଧୁନିକ ଗବେଷଣାକୁ ପ୍ରୋତ୍ସାହନ ଦେବ ।
୭୫ ବର୍ଷର ଐତିହ୍ୟ ଏବଂ ପରମ୍ପରା ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ତଥା ଓଡ଼ଶାର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା, କଲ୍ୟାଣ ଏବଂ ଦେଶର ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ସଶକ୍ତ କରିବା, ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଶିଳ୍ପଯୋଗୀ ମାନବ ସମ୍ବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ଧ୍ୟାନରେ ରଖି ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭାବରେ ମାନ୍ୟତା ଦେବା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ସେ ଅନୁରୋଧ କରିଛନ୍ତି।