ରାଜ୍ୟ ସରକାରଙ୍କୁ ହିସାବ ମାଗିଲା ବିଜେପି ; ୧୯ ବର୍ଷରେ କ'ଣ କରିଛନ୍ତି ଓ ଆଗାମୀ ଦିନରେ କ'ଣ କରିବାକୁ ଯୋଜନା ରଖିଛନ୍ତି ତାହା ସ୍ପଷ୍ଟ କରନ୍ତୁ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ବର ୨୭|୪: ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ଭୋଟ୍ ସରିଥିବାବେଳେ ଆସନ୍ତା ୨୯ରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାରରେ ଲାଗିଛନ୍ତି । ଏ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ରାଜ୍ୟ ସରକାରଙ୍କୁ ଦୁଇଟି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।  ୧୯ ବର୍ଷରେ ରାଜ୍ୟ ସରକାର କଣ କରିଛନ୍ତି ଏବଂ ଆଗାମୀ ଦିନରେ କଣ କରିବାର ଯୋଜନା ରଖିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି  । ରାଜ୍ୟରେ ସ୍ଥିର ଓ ସ୍ଥାୟୀ ସରକାର ଥିଲେ ମଧ୍ୟ ଶିଶୁ ମୃତ୍ୟୁ ହାର, ଦାରିଦ୍ର‌୍ୟତାରେ ଓଡିଶା ତଳଆଡୁ ଏକ କିମ୍ବା ଦୁଇ ନମ୍ବରରେ ପ୍ରତିଯୋଗିତା କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଓଡିଆ ଲୋକଙ୍କୁ କେବଳ ମିଛ କହୁଛନ୍ତି ରାଜ୍ୟ ସରକାର । ଗୁଣ୍ଡାରାଜ ଓ ଆତଙ୍କରାଜ ସୃଷ୍ଟି କରୁଛନ୍ତି ବିଜେଡି ସରକାର । ରାଜ୍ୟ ନିର୍ବାଚନ ଅଧିକାରୀ ସରକାରୀ ଦଳର ସାଧାରଣ ସଂପାଦକ ପରି କାମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ଏଭଳି ସରକାରକୁ ରାଜ୍ୟବାସୀ ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି । କେନ୍ଦ୍ରାପଡାରେ ବହୁମତ ନେଇ ବିଜେପି ଆସିବ । ପ୍ରାର୍ଥୀ ନୁହେଁ ଏଥର କେନ୍ଦ୍ରାପଡାବାସୀ ଲଢୁଛନ୍ତି ନିର୍ବାଚନ । ନିର୍ବାଚନରେ ବିଜେଡି ସରକାର ଗୁଣ୍ଡାରାଜ କରୁଛନ୍ତି । ଏହାର ଉତ୍ତର ଭୋଟ୍ ମାଧ୍ୟମରେ ଭୋଟର ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.