ଇସ୍ପାତ ମନ୍ତ୍ରାଳୟ ପାଇବା କ୍ଷେତ୍ରରେ ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ବ୍ରଜ ତ୍ରିପାଠୀଙ୍କ ପରେ ଧର୍ମେନ୍ଦ୍ର ହେଲେ ୫ମ ଓଡିଆ

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର୩୧|୫: ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ତାଙ୍କର ପୁରୁଣା ମନ୍ତ୍ରାଳୟ । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସମ୍ଭାଳିଛନ୍ତି ଧର୍ମେନ୍ଦ୍ର । ଏଥିସହ ତାଙ୍କୁ ଇସ୍ପାତ ମନ୍ତ୍ରଣାଳୟ ମଧ୍ୟ ମିଳିଛି । ସେହିପରି ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ମିଳିଛି ଏମଏସଏମଇ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରଣାଳୟ ।

{"id":118180,"width":581,"height":449}

କେନ୍ଦ୍ରରେ ଧର୍ମେନ୍ଦ୍ର ଆରମ୍ଭ କଲେ ଦ୍ବିତୀୟ ଇନିଂସ । ପ୍ରତାପ ଆରମ୍ଭ କଲେ ତାଙ୍କର ପ୍ରଥମ ଇନିଂସ। ପୂର୍ବ ଦାୟିତ୍ବ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪ରୁ ଦକ୍ଷତାର ସହ ସମ୍ଭାଳିଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ସହ ଏଥର ତାଙ୍କୁ ଅତିରିକ୍ତ ଭାବେ ମିଳିଛି ଇସ୍ପାତ ମନ୍ତ୍ରାଳୟର ଦାୟିତ୍ବ । ଉଭୟ ମନ୍ତ୍ରଣାଳୟର ଦାୟିତ୍ବ ନେବା ବେଳେ ବହୁ ସଂଖ୍ୟାର କର୍ମଚାରୀଙ୍କୁ ଶୁଭେଛା ଜଣାଇଥିଲେ। ପୂର୍ବରୁ ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ବ୍ରଜ ତ୍ରିପାଠୀ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ସମ୍ଭାଳିଥିବା ବେଳେ ପଞ୍ଚମ ଓଡ଼ିଆ ଭାବେ ଧର୍ମେନ୍ଦ୍ରଙ୍କୁ ମିଳିଛି ଏହି ବିଭାଗ ।

{"id":118181,"width":587,"height":329}

ସେହିପରି ପ୍ରଥମ ଥର ସାଂସଦ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମ୍ଏସ୍ଏମ୍ଇ ଏବଂ ପ୍ରାଣୀ ସମ୍ପଦ, ଗୋ ଓ ମତ୍ସ୍ୟ ବିଭାଗ ଦାୟିତ୍ବ ମିଳିଛି । ପୂର୍ବରୁ ନୀଳଗିରିରୁ ୨ ଥର ବିଧାୟକ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଗତଥର ବାଲେଶ୍ବରରୁ ପରାଜିତ ହୋଇଥିବା ବେଳେ ଏଥର କିନ୍ତୁ ଜନତା ତାଙ୍କୁ ବିଜୟୀ କରାଇଛନ୍ତି । ତାଙ୍କୁ ଯେଉଁ ବିଭାଗ ମିଳିଛି ସେ ନିଷ୍ଠାର ସହ ତାହା ପାଳନ କରିବେ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।…

{"id":118182}

ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଦିଲ୍ଲୀ ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ସାଂଗରେ ଅନ୍ୟ ସାଂସଦମାନେ ମଧ୍ୟ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.