କୋର୍ଟର ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର

Published By : Prameya-News7 Bureau | October 24, 2018 IST

ଭୁବନେଶ୍ୱର ୨୪/୧୦ : ଓକିଲ-ପୋଲିସଙ୍କ ବିବାଦ ପାଇଁ ଦେଢ଼ ମାସ ହେଲା ସ୍ଥିତିବସ୍ଥା ଦେଖା ଦେଇଛି । ଫଳରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଅନେକ ଲୋକଙ୍କ ମାମଲାର ବିଚାର ହୋଇପାରୁ ନାହିଁ । ତେବେ ଏହି ଘଟଣାରେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କିପରି ହେବ । ଏହାକୁ ସମାଧାନ କରିବା ପାଇଁ ସରକାର ନିଷ୍ପତି ନେବା ଦରକାର । କାରଣ ସମାଧାନର ରାସ୍ତା ବାହାର କରିବା ଦାୟିତ୍ବ ସରକାରଙ୍କର । ଯେତେ ଜଲଦି ସମସ୍ୟାର ସମାଧାନ ହେବ ଗରିବ ଓଡ଼ିଆ ଲୋକ ନ୍ୟାୟ ପାଇବାରେ ସହଜ ହେବ । ସବୁକିଛି ଠିକ୍‌ ଠାକ ହେବ । ତେଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବାର ଆବଶ୍ୟକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.