suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନୂଆ ଶିକ୍ଷାନୀତି ସପକ୍ଷରେ ଯୁକ୍ତି ରଖିଲେ ଧର୍ମେନ୍ଦ୍ର: କହିଲେ, ଏହା ଓଡ଼ିଆ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ବଢ଼ାଇବ

1/10/2020 at 4:27 PM

ଭୁବନେଶ୍ୱର,୦୧/୧୦ : ଓଡ଼ିଶାର ମୂଳ ପୁଞ୍ଜି ହେଲା ଶିକ୍ଷା ଓ ରାଜ୍ୟରେ ଅନେକ ବୁଦ୍ଧିମାନ ଲୋକମାନେ ଅଛନ୍ତି । ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଥିବା ଗରିବ ଘରର ପିଲାର ପାଠ ସହ ଶିକ୍ଷା ଯୋଡ଼ିହୋଇ ରହିଛି । ଏହି ନୂତନ ଶିକ୍ଷାନୀତି ଦ୍ୱାରା ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବାରେ ସହାୟକ ହେବ ବୋଲି ବୁଧବାର ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଥିଙ୍କ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ମୋ ନୂତନ ଶିକ୍ଷାନୀତି (ମାଇଁଏନଇପି)-ଓଡ଼ିଶା ଆମ୍ବାସଡର ସମ୍ବାଦ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍‌ସିଂରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏକବିଂଶ ଶତାବ୍ଦୀରେ ନୂତନ ଶିକ୍ଷାନୀତିର ଆବଶ୍ୟକତା ଓ ଭୂମିକା ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଏକବିଂଶ ଜ୍ଞାନ ଆଧାରିତ ଶତାବ୍ଦୀ । ସମାଜ ଆଧୁନିକ, ବୈଜ୍ଞାନିକ ଓ ପ୍ରଗତିଶୀଳ ନହଲେ ପଛରେ ପଡ଼ିଯିବ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷାନୀତି ଆରମ୍ଭ କରିଛନ୍ତି । ନୂତନ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି ହେବ ଅର୍ଥାତ୍‌ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ଏବଂ ଶିକ୍ଷାର ସ୍ୱାଧୀନତା ଓ ସ୍ୱାୟତ୍ତତା ବଢ଼ିବ ।

ଶ୍ରୀ ପ୍ରଧାନ କହିଛନ୍ତି, ଦୀର୍ଘ ତିନି ଦଶନ୍ଧି ପରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଶିକ୍ଷାନୀତିରେ ତ୍ରିଭାଷା ଯଥା ଇଂରାଜୀ, ହିନ୍ଦି ଓ ଆମର ମତ ଏବଂ ଭାବନାକୁ ପରିପ୍ରକାଶ କରୁଥିବା ଆଞ୍ଚଳିକ ଭାଷା ବା ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବା ସହ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ । ଶିକ୍ଷା ସମାଜରେ ନୂଆ ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଏବଂ ଜ୍ଞାନ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ । ଆମ ଶିକ୍ଷା ବ୍ୟବସ୍ଥା ରୋଜଗାର ସହ ଯୋଡ଼ି ହୋଇଛି । ଏହାକୁ ଆଧାର କରି ନୂଆ ଜାତୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ଉଭୟ ଦକ୍ଷତା ଏବଂ ଚାକିରିକୁ ଗୁରୁତ୍ୱ ଦିଆଯାଇଛି ।

ସ୍ୱାଧୀନତୋର ଭାରତରେ ଆମ ଦେଶରେ ଗବେଷଣା କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଓ ଅଧିକ ବୌଦ୍ଧିକ କ୍ଷମତା ଥିବା ଲୋକମାନେ ଅଛନ୍ତି । ନୂଆ ଶିକ୍ଷାନୀତି ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ । ଶିକ୍ଷାବିତ୍‌, ଶିଳ୍ପାନୁଷ୍ଠାନ ଏବଂ ସରକାର ମିଳିତ ଭାବେ ଗବେଷଣା ଆଧାରିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ନୂଆ ଶିକ୍ଷା ନୀତି ରୋଜଗାର, ସ୍ୱରୋଜଗାର ବଢ଼ଇବା ପାଇଁ ସାହାଯ୍ୟ କରିବା ସହ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପଛୁଆ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୃଷ୍ଟି କରିବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ଆତ୍ମନିର୍ଭର ହେବେ ଓ ଦେଶ ମଧ୍ୟ ଆତ୍ମନିର୍ଭର ହେବ ।

ଶିକ୍ଷାବିତ୍‌ ବିଶେଷଜ୍ଞମାନେ ଦେଶରେ ଭାରତର ଆତ୍ମା ଓ ଭାରତୀୟତା ଆଧାରିତ ଗୋଟିଏ ବୈଷୟିକ ଶିକ୍ଷା ବ୍ୟବସ୍ଥା ତିଆରି କରାଯିବା ନେଇ ମତପୋଷଣ କରୁଥିଲେ । ନାଳନ୍ଦା କେବଳ ଇତିହାସ କିମ୍ବା ଲୋକକଥା ନଥିଲା । ଆଜି ସେହି ପୃଷ୍ଠଭୂମିରେ ନୂଆ ନୂଆଶିକ୍ଷା ନୀତି ଆରମ୍ଭ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମାଇଁଏନ୍‌ଇପିରେ ସ୍ୱେଚ୍ଛାକୃତ ଭାବରେ ପଞ୍ଜିକୃତ କରିଥିବା ଓଡ଼ିଶାର ୪୦ ହଜାରରୁ ଅଧିକ ଆମ୍ବାସଡର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

   Related Posts