ଓଡିଶା ସମେତ ସାରା ଦେଶରେ ବୃଦ୍ଧି ପାଇବ କୋଇଲା ଉତ୍ପାଦନ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | January 12, 2021 IST

ଭୁବନେଶ୍ୱର,୧୨/୦୧: କୋଇଲା ଖଣିର ସଂଚାଳନକୁ ସହଜ କରିବା ପାଇଁ କେନ୍ଦ୍ର ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍‌ସ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍‌ସ ପୋର୍ଟାଲର ଶୁଭାରମ୍ଭ ଫଳରେ ଖଣି ଲିଜ୍‌ ପ୍ରକ୍ରିୟାକରଣ ଶୀଘ୍ର ହେବ । କୋଇଲା ଖଣିର କାର୍ଯ୍ୟକାରିତା ଆହୁରି ସହଜ ହେବ । ଓଡ଼ିଶା ସମେତ ଭାରତ ବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌କୁ ମଧ୍ୟ ପ୍ରାଥମିକତା ଦେବ । ଏହା ସଙ୍ଗେସଙ୍ଗେ ଦେଶର ଅର୍ଥନୀତିକୁ ମଧ୍ୟ କୋଇଲା କ୍ଷେତ୍ର ତ୍ୱରାନ୍ୟିତ କରିବ ବୋଲି  କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.