Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, କହିଲେ- ରାଜନୀତିରେ ହିଂସାର ସ୍ଥାନ ନାହିଁ…

5/02/2023 at 10:33 AM

ଭୁବନେଶ୍ୱର ୦୫।୦୨ : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବ ଦାସଙ୍କ ହତ୍ୟାକାଣ୍ଡ ଏବଂ ଏହାର ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୋଷ ଜାହିର କରିଛନ୍ତି  ଧର୍ମେନ୍ଦ୍ର ।

ସେ କହିଛନ୍ତି ଯେ, ରାଜନୀତିରେ ହିଂସାର ସ୍ଥାନ ନାହିଁ । ଆଜି ପର୍ଯ୍ୟନ୍ତ ସୁରାକ ନାହିଁ କାହା ପାଖରେ ପୋଲିସ ହତ୍ୟାକାରୀ କାହିଁକି ହେଲା । ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ନିର୍ମମ ହତ୍ୟା କରିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିଲାନି । ତଦନ୍ତର ମୂଳଦୁଆକୁ ନେଇ ଅସାମଞ୍ଜସ୍ୟ ରହିଛି । ଏହି ଘଟଣାର ସପ୍ତାହେ ପରେ ଡିଜି କହିବା ଜଗନ୍ନାଥ ଭରଷା ଏହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସୂଚନା ଦେଉଛି ।

ସେହିପରି କମିଶନ ଆକ୍ଟ ରେ ନ୍ୟାୟାଧିସଙ୍କୁ ନିଯୁକ୍ତି କରା ଯାଇନି। ନବ ଦାସଙ୍କ ହତ୍ୟାର ତଦନ୍ତ ନେଇ ସରକାର ଗମ୍ଭୀର ନୁହେଁ । ଓଡିଶା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବିଶ୍ୱସନୀୟତା ନାହିଁ । ନୈତିକତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଅନ୍ତୁ । ଅନ୍ୟପଟେ ବାଲେଶ୍ଵର ଜିଲ୍ଲାର ବାଲି ମାଫିଆ ମାନେ ଉପ ଜିଲ୍ଲାପାଳ ଏବଂ ତାଙ୍କ ଟିମ ଉପରେ ଆକ୍ରମଣ କଲେ । ପୋଲିସ ପ୍ରତି ମାଫିଆଙ୍କ ର ଡ଼ର ଛାଡି ଗଲାଣି । ଲ’ ଏନଫୋର୍ସମେଣ୍ଟ ଏଜେନ୍ସି ତାର ମୂଳ କାମରେ ନାହିଁ । ପୋଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା ହେଉଛି ।

ସେହିପରି ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ପିଲା ଆନନ୍ଦ ଟପୋର ହତ୍ୟା ହେଲା । ପୋଲିସ ଆତ୍ମହତ୍ୟା ବୋଲି କହୁଛି । ସମସ୍ତଙ୍କୁ ଭେଟିବାକୁ ଚେଷ୍ଟା କରି ବିଫଳ ହେବା ପରେ ହାଇକୋର୍ଟ ଗଲେ । ଦୁଇ ଦିନ ତଳେ ଜଣେ ଝିଅ ଶାସକ ଦଳର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ବିରୋଧରେ ହାଇକୋର୍ଟ ଗଲେ । ପୋଲିସ ତାଙ୍କ କେସ ରଖିଲା ନାହିଁ ଯେଉଁଥି ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହେଲେ । ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାର ସ୍ଥିତି ବଡ଼ ଗମ୍ଭୀର ।

   Related Posts