ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ଉପରେ ଧର୍ମେନ୍ଦ୍ର ପ୍ରଧାନ କହିଲେ ୨୦୧୯ରେ ବିଜେପି ଏକା ଲଢ଼ି ରାଜ୍ୟରେ କ୍ଷମତା ହାସଲ କରିବ

Published By : Prameya-News7 Bureau | September 30, 2018 IST

ଭୁବନେଶ୍ୱର ୩୦/୯ : ଇଣ୍ଡିଆ ଟୁଡେ ପତ୍ରିକାର ରାଜନୈତିକ ସର୍ଭେ ରିପୋର୍ଟ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ରିପୋର୍ଟ ଅନୁୟାୟୀ ଯଦି ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ବଢ଼ିଛି । ଯଦି ରାଜ୍ୟରେ ବିଧାନସଭା ସିଟ୍ ଜିତିବାରେ ବିଜେଡି ଆଗରେ ରହିବ, ତେବେ ଲୋକସଭା ସିଟ୍ ବିଜେପି ହାତେଇବ । କାରଣ ମୋଦିଙ୍କୁ ହିଁ ରାଜ୍ୟବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିଜର ଏକ ତୁଳନାତ୍ମକ ଚିତ୍ର ଦେଇଛନ୍ତି ଧର୍ମେନ୍ଦ୍ର । ନବୀନ ରାଜା ହେଲେ ସେ ରଙ୍କ ବୋଲି କହିଛନ୍ତି । ସେ ମହା ବଳଶାଳୀ ବାଳୀ ହୋଇଥିବା ବେଳେ ନିଜକୁ ଗୁଣ୍ଡୁଚି ମୂଷା ସହ ତୁଳନା କରିଛନ୍ତି । ୨୦୧୯ରେ କିନ୍ତୁ ବିଜେପି ଏକା ଲଢ଼ି ରାଜ୍ୟରେ କ୍ଷମତା ହାସଲ କରିବ ବୋଲି ଜୋର୍ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.