ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ କଲେ ପ୍ରଶଂସା

Published By : Prameya-News7 Bureau | November 18, 2023 IST

ପୁରୀ ୧୮।୧୧ : ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରାତନ କୀର୍ତ୍ତିରାଜିର ନବକଳେବର ଓ ପୁରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ସହ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯାଉ ବୋଲି ମତ ଦେଇଛନ୍ତି।‌

{"id":871148,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶୁକ୍ରବାର ପୁରୀ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବା ଭୋରରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ ବିତାଇବା ସହ ମଙ୍ଗଳ ଆଳତି ଦର୍ଶନ ଓ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି। ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି।

{"id":871149,"sizeSlug":"full","linkDestination":"none"}

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ଐତିହାସିକ ଓ ଧର୍ମୀୟ ପୀଠ ଗୁଡିକର ପୁନରୁଦ୍ଧାର ଓ ମରାମତି ଠିକ୍ ଭାବରେ କରାଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବରେ ଏ ଦିଗରେ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସେହିପରି ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଏଏସ୍‌ଆଇ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏହାର ଅନୁଧ୍ୟାନ କରିବା ସହ ଠିକ୍ ସମୟରେ ଯେଭଳି କାର୍ଯ୍ୟ ସରିବ । ସେନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀମନ୍ଦିର ଦର୍ଶନ ସାରି ଫେରିବା ପରେ ଜଣେ ଦିବ୍ୟାଙ୍ଗ ଯୁବତୀ ତାଙ୍କୁ ଅଭିଯୋଗ ପତ୍ର ଦେଇଥିଲେ।

wp:embed {"url":"https://www.prameyanews7.com/kane-williamson-reaction-on-virat-50-ton/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kane-williamson-reaction-on-virat-50-ton/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.