ପଛୁଆବର୍ଗ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍ ,'କେନ୍ଦ୍ରୀୟ ଢାଞ୍ଚାରେ ଓଡ଼ିଶାରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ'

Published By : Prameya-News7 Bureau | March 04, 2021 IST

ଭୁବନେଶ୍ୱର ୦୪।୦୩ : OBC ଓ SEBC ବର୍ଗକୁ ନେଇ ଜୋର ଧରିଲା ରାଜନୀତି । ପଛୁଆବର୍ଗ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ପାଖରେ ଅଛି ୨୧୦ ପଛୁଆ ବର୍ଗର ତାଲିକା । ଓଡ଼ିଶାରେ ପଛୁଆ ବର୍ଗଙ୍କ ପାଇଁ ଅଧିକ ସଂରକ୍ଷଣ ଦାବି କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟ୍‌ରେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଓଡ଼ିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ରାଜ୍ୟ ସରକାରଙ୍କ ପାଖରେ ୨୧୦ ପଛୁଆ ବର୍ଗର ତାଲିକା ଅଛି । କେନ୍ଦ୍ରକୁ ଦୋଷ ଦେଇ ରାଜ୍ୟ ନିଜସ୍ବ ଜନ ଗଣନା କରିବାକୁ ଯୋଜନା କରୁଛି ବୋଲି ସେ କହିଛନ୍ତି । 'କେନ୍ଦ୍ରୀୟ ଢାଞ୍ଚାରେ ଓଡ଼ିଶାରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ସେ ଆହ୍ବାନ ଦେବା ସହିତ ଓଡ଼ିଶାର ପଛୁଆ ବର୍ଗଙ୍କ ଲାଗି ଅଧିକ ସଂରକ୍ଷଣ ସପକ୍ଷରେ ଯୁକ୍ତି ବାଢିଛନ୍ତି । କେନ୍ଦ୍ରରେ ପଛୁଆ ବର୍ଗ ଗରିବଙ୍କ ପାଇଁ ରହିଛି ୧୦% ସଂରକ୍ଷଣ ବ୍ୟବସ୍ଥା' । ତେଣୁ କେନ୍ଦ୍ରୀୟ ଢାଞ୍ଚାରେ ଓଡ଼ିଶାରେ ସଂରକ୍ଷଣ ବ୍ୟବସ୍ଥା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ସେହିପରି ଓଡ଼ିଶାରେ ମଧ୍ୟ ଅନୁରୂପ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ' । ତେଣୁ ରାଜ୍ୟରେ ଏହାକୁ ଲାଗୁ କରିବାରେ କୁଣ୍ଠା ପ୍ରକାଶ ଅନାବଶ୍ୟକ' ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.