Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେନ୍ଦ୍ରରେ ମନ୍ତ୍ରୀ ଭାବେ ଦାୟୀତ୍ୱ ନେବାପରେ ପୁରୀରେ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଦୁଇ ମନ୍ତ୍ରୀ : ଓଡିଶା ଷ୍ଟିଲ ହବ୍ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର

8/06/2019 at 5:55 PM

ଓଡ଼ିଶା ବିନା ଷ୍ଟିଲ୍ ଇଣ୍ତଷ୍ଟ୍ରିର କଳ୍ପନା କରାଯାଇପାରିବ ନାହିଁ । ଆଗକୁ ଏହି ଧାରା ଆହୁରି ବଢିବ । ଓଡିଶା ହେବ ଷ୍ଟିଲ ହବ । ଏହା କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରାଜ୍ୟରେ ଲଘୁ ଓ କୁଟୀର ଶିଳ୍ପର ପୁର୍ନଉଦ୍ଧାର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଭାବେ ଦାୟୀତ୍ବ ନେବା ପରେ ଦୁଇ ମନ୍ତ୍ରୀ ଓଡିଶା ଫେରି ପୁରୀରେ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଦୁଇ ମନ୍ତ୍ରୀଙ୍କୁ ଏୟାର ପୋର୍ଟରେ ବିପୁଳ ସ୍ବାଗତ କରାଯାଇଥିଲା । ଅପରାହ୍ନରେ ଭୁବନେଶ୍ବରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ  ସହ ଦଳର ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଓଡ଼ିଶା ବିଜେପି ପକ୍ଷରୁ ଦିଆଯାଇଛି ।…

ଓଡିଶା ହେବ ଷ୍ଟିଲ ହବ୍‌ । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ଷ୍ଟିଲ୍ ଉତ୍ପାଦନର ପ୍ରମୁଖ କେନ୍ଦ୍ର ପାଲଟିବ । ଭାରତବର୍ଷରେ ଷ୍ଟିଲ୍ କ୍ଷେତ୍ରରେ ୬ ରୁ ୮ ପ୍ରତିଶତ ଗ୍ରୋଥ୍ ରେଟ ଥିବାବେଳେ ଏଥିରେ ଓଡିଶାର ଅବଦାନ ଯଥେଷ୍ଟ ରହିଛି । ଆଗକୁ ଏହି ଧାରା ଆହୁରୀ ବଢିବ । କେବଳ ଷ୍ଟିଲ ହବ ନୁହେଁ ଇସ୍ପାତ ଶିଳ୍ପ ସହ ଜଡିତ ଆନୁଷଙ୍ଗୀକ ଶିଳ୍ପ କ୍ଷେତ୍ରରେ ରାଜ୍ୟରେ ବିକାଶ କରାଯିବ । କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଇ ଓଡିଶା ଫେରିବା ପରେ ଜଗନ୍ନାଥଙ୍କ ଦର୍ଶନ କରି ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଭାବେ ଦାୟୀତ୍ବ ନେଇଥିବା ପ୍ରତାପ ଷଡଙ୍ଗୀ ବି ଶ୍ରୀଜିୟୁଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ସ୍ବତନ୍ତ୍ର ସର୍କିଟ ହାଉସରେ ବାତ୍ୟା ଫୋନିର କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ମୋଦିଙ୍କ ଦ୍ବିତୀୟ ପାଳିର ସରକାରରେ ସ୍ଥାନ ପାଇଥିବା ଦୁଇ ମନ୍ତ୍ରୀ କହିଛନ୍ତି ମନ, ପ୍ରାଣ ଦେଇ ଦେଶବାସୀଙ୍କ ଆକାଂକ୍ଷା ପୂରଣ କରିବା ଦିଗରେ କାର୍ଯ୍ୟ କରିବେ ।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ସହ ସ୍ବାଗତ କରିଥିଲେ ଦଳର ଶତାଧିକ ନେତା ଓ କର୍ମୀ । ଆଉ ଏ ହେଉଛି ଅପରାହ୍ନରେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିବା ବିଜେପିର ସମ୍ବର୍ଦ୍ଧନା ସଭା । ଏହି ସଭାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଦଳର ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି ଓ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଲାଗି ଯେଉଁଠି ଉତ୍ସବ ଆୟୋଜନ ହୋଇଥିଲା ଆଜି ବିଜେପି ସେଇଠି ନିଜର ନେତା ଓ କର୍ମୀଙ୍କୁ ନେଇ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କରି ଆରମ୍ଭରୁ ଶକ୍ତି ପ୍ରଦର୍ଶନ କରିଛି। 

   Related Posts