Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ କାର୍ଯ୍ୟକ୍ରମ, ବାମୁରରେ ମହାତ୍ମାଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି

2/10/2021 at 7:42 AM

ସମ୍ବଲପୁର, ୦୨|୧୦: ଗାନ୍ଧୀ ଜୟନ୍ତୀ ଅବସରରେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନେକ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରୁ ରେଢାଖୋଲକୁ ଟ୍ରେନ୍ ଯୋଗେ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜଏରାଟ୍ ଗ୍ରାମରେ ଆୟୋଜିତ ପଦଯାତ୍ରାରେ ସାମିଲ ହେବେ ।

ଅନ୍ୟପଟେ ଚଳିତ ବର୍ଷ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଜନ୍ମ ଦିବସ ସହିତ ତାଙ୍କର ୨୦ ବର୍ଷ ଜନସେବାର କାର୍ଯ୍ୟକାଳ ଏକା ସମୟରେ ପଡ଼ିଥିବାରୁ ବିଜେପି ପକ୍ଷରୁ ୧୭ ସେପ୍ଟେମ୍ବରରୁ ୭ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଏବଂ ସମର୍ପଣ ଅଭିଯାନ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସେବାର ମହତ୍ୱ ତଥା ସମାଜ ଓ ରାଷ୍ଟ୍ରପତି ସର୍ମପଣ ଭାବ ସମ୍ପର୍କରେ ଜନଜାଗରଣ କରାଯାଉଛି । ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, କ୍ଷୁଦ୍ରଶିଳ୍ପ ଏବଂ ହସ୍ତଶିଳ୍ପ କାରୀଗରଙ୍କୁ ପ୍ରୋତ୍ସାହନ ଦେବା, ଖଦୀବସ୍ତ୍ରର ବହୁଳ ଉପଯୋଗ, ସ୍ଥାନୀୟ ଭାବେ ଉତ୍ପାଦିତ ଦ୍ରବ୍ୟର ପ୍ରୋତ୍ସାହନ ଆଦି କାର୍ଯ୍ୟକ୍ରମ କରାଯାଇ ବାପୁଙ୍କର ସିଦ୍ଧାନ୍ତର ପ୍ରଚାର ପ୍ରସାର କରାଯିବ ।

ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହି ଜଏରାଟ୍ ଗ୍ରାମରେ ଆୟୋଜିତ ପଦଯାତ୍ରାରେ ସାମିଲ ହେବେ । ଶେଷରେ ଅନୁଗୋଳ ଏବଂ ଢେଙ୍କାନାଳର ସୁନ୍ଦରିଖାଲକୁ ଗସ୍ତ କରି ପ୍ରତ୍ୟକ୍ଷ ଭାବରେ ୨ଟି ଏବଂ ସେଠାରୁ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୮ଟି ଅର୍ଥାତ୍ ସର୍ବମୋଟ ୧୦ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ବହୁମୁଖୀ ସମ୍ମିଳନୀ କକ୍ଷ, ସଭାଗୃହ ଏବଂ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

   Related Posts