ସମ୍ବଲପୁରରେ ‘ପ୍ରୋଜେକ୍ଟ ଓଡିସର୍ଭ’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ, IIMରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ କନକ୍ଲେଭର ଶୁଭାରମ୍ଭ

Published By : Prameya-News7 Bureau | March 01, 2024 IST

ସମ୍ବଲପୁର ୧୩: ଦୁଇ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଷ୍ଟାର୍ଟଅପ୍ ସମ୍ବନ୍ଧୀୟ ୨ଟି କାର୍ଯ୍ୟକ୍ରମରେ ଯୋଗଦେଇ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ ଦେଇଛନ୍ତି । ପ୍ରଥମ ଦିନରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଫିନସର୍ଭର ପ୍ରୋଜେକ୍ଟ ଓଡିସର୍ଭର ଲୋକାର୍ପଣ କରିଛନ୍ତି । ସମ୍ବଲପୁରରେ ଷ୍ଟାର୍ଟଅପକୁ ଗୁରୁତ୍ବ । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଏନଏସଡିସି ଏବଂ ବଜାଜ ଫିନସର୍ଭ ପକ୍ଷରୁ ଏହି ଆରମ୍ଭ ହୋଇଛି ପ୍ରୋଜେକ୍ଟ ଓଡିସର୍ଭ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଷ୍ଟାର୍ଟଅପ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କେବଳ ଡିଗ୍ରୀ ପର୍ଯ୍ୟାପ୍ତ ନୁହେଁ ସ୍କିଲ ବା ଦକ୍ଷତା ନିହାତି ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପ୍ରୋଜେକ୍ଟ ଓଡିସର୍ଭ ହେଉଛି ଆର୍ଥିକ ସେବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଯେଉଁ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଆର୍ଥିକ ସେବା କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ । ଏଠାରୁ ପ୍ରଶିକ୍ଷଣ ନେଇ ଛାତ୍ରଛାତ୍ରୀ ଆଗକୁ ଆତ୍ମନିର୍ଭରଶୀଳ କ୍ଷେତ୍ରରେ ଆଗକୁ ବଢିବେ । ଯାହା ବର୍ତ୍ତମାନ ଓଡିଶାରେ ୧୧୦୦ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛି ।  କାର୍ଯ୍ୟକ୍ରମରେ ବଜାଜ ଫିନସର୍ଭ ସିଏମଡି ବଜାଜ ଫିନସର୍ଭ ସଞ୍ଜୀବ ବଜାଜ, ଏନଏସଡିସି ସିଇଓ ବେଦମଣୀ ତିଓ୍ବାରୀ ପ୍ରମୁଖ ଉପସ୍ଥିତ ଥିଲେ । ୧୦୦ ଘଣ୍ଟାର ପ୍ରଶିକ୍ଷଣ ପାଇଁ ବଜାଜ ଫିନସର୍ଭ ଓ ଜିଏମ ବିଶ୍ବବିଦ୍ୟାଳୟ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

{"id":915844,"sizeSlug":"full","linkDestination":"none"}

ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ କନକ୍ଲେଭର ଶୁଭାରମ୍ଭ କରିଛନ୍ତି I ଭାରତରେ ଉଦ୍ୟୋଗୀ ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ଉଦ୍ଭାବନ ଓ ମୂଲ୍ୟ ସୃଷ୍ଟି ପାଇଁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ  ୧୦୦ କ୍ୟୁବ୍ କନକ୍ଲେଭ୍ ଆୟୋଜନ ହେଉଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ପରିଚାଳିତ ଏହି ସ୍ବତନ୍ତ୍ର ଷ୍ଟାର୍ଟଅପ୍ ପଦକ୍ଷେପ, ଆଇଆଇଏମ୍ ସମ୍ବଲପୁର ପରିସରରେ ୧୦୦ଟି ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାକୁ ପ୍ରୟାସ କରୁଛି । ୨୦୩୬ ସୁଦ୍ଧା ସେହି ୧୦୦ ଷ୍ଟାର୍ଟଅପଗୁଡ଼ିକର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା ଲେଖାଏଁ ହେବ । ଏହି ସମ୍ମିଳନୀ ଆଇଆଇଏମ୍ ସମ୍ବଲପୁରର ଅନ୍ୟତମ ସାମଗ୍ରିକତା ଏବଂ ଆଞ୍ଚଳିକ ବିକାଶର ମୂଳ ମୂଲ୍ୟବୋଧ ସହିତ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମ ଏହି ଅଞ୍ଚଳର ଉଦ୍ୟୋଗୀ ବ୍ୟବସ୍ଥାକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି । ଏହି କନକ୍ଲେଭରେ ‘ଷ୍ଟାର୍ଟଅପ୍ ଓପନ୍ ମାଇକ୍’, ଫାୟାରସାଇଡ୍ ଚାଟ୍’, ‘ମାଷ୍ଟର ଟ୍ରେନିଂ ଅଧିବେଶନ’ ଏବଂ ‘ପ୍ରଦର୍ଶନୀ’ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଏହାପରେ ସମ୍ବଲପୁର ଷ୍ଟେସନରେ ସମ୍ବଲପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଶନିବାର ରେଢାଖୋଲ ଗସ୍ତରେ ମହାମହିମ ରାଷ୍ଟ୍ରପତି ଆସୁଥିବା ବେଳେ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

You Can Read :

wp:embed {"url":"https://www.prameyanews7.com/college-student-dead-body-found-in-dhenkanal-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/college-student-dead-body-found-in-dhenkanal-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.