scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

NIT ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

30/11/2023 at 7:09 PM

ରାଉରକେଲା ୩୦।୧୧: NIT ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହ NIT କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । NIT ରାଉରକେଲା ଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସୁବିଧା ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୧୦୦ଜଣ ଓଡ଼ିଆ ପିଲାଙ୍କୁ ୧୦୦କୋଟି ଟଙ୍କାର ରୋଜଗାର କରାଇବାର ସଂକଳ୍ପ ନେବା । ୨୦୩୬ରେ ଓ ୨୦୪୭ ସୁଦ୍ଧା ଓଡ଼ିଆ ପିଲାଙ୍କୁ ରୋଜଗାର ଦେବାର ଲକ୍ଷ୍ୟକୁ ପୂରଣ କରିବା ପାଇଁ NIT ରାଉରକେଲାକୁ ନେତୃତ୍ବ ନେବାକୁ ପଡ଼ିବ ।

କେନ୍ଦ୍ରମନ୍ତ୍ରୀ ଆହୁରି ବି କହିଛନ୍ତି ଯେ ବିକଶିତ ଭାରତର ଅର୍ଥ ହେଉଛି ଓ୍ବେଲଥ କ୍ରିଏଟର ହେବା, ଉଦ୍ୟମିତା ବଢ଼ାଇବା, ଚାକିରି କରିବା ନୁହେଁ ଚାକିରି ଦେବାର ନୂଆ ଯୁଗ ଆରମ୍ଭ କରିବା । ସ୍ଥାନୀୟ ଅଞ୍ଚଳର ସ୍କୁଲ, କଲେଜ ଓ ବୈଷୟିକ ଅନୁଷ୍ଠାନକୁ ନେଇ NIT ରାଉରକେଲାକୁ ‘ନ୍ୟୁ ଏଜୁକେସନ ମଡେଲ’ ବିକଶିତ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେଣ୍ଟ୍ରାଲ ଟୁଲ ରୁମର ଶାଖା ଏଠାରେ ଖୋଲାଯିବାର ଯୋଜନା ହୋଇଛି । NIT ରାଉରକେଲା ଦେଶର ଗୌରବ ଏବଂ ଓଡ଼ିଶାର ବୌଦ୍ଧିକ ପରିପ୍ରକାଶର ପରିଚୟ ପତ୍ର । NIT ରାଉରକେଲାର FTBI ବୁଲିବା ସହ ଯୁବ ଉଦ୍ୟୋଗୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

You Can Read:

   Related Posts