ଉଜ୍ଜ୍ୱଳା ମ୍ୟାନ୍ ଧର୍ମେନ୍ଦ୍ର ପ୍ରଧାନ : 'କୌନ ବନେଗା କରୋଡପତି'ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନେଇ ପ୍ରଶ୍ନ

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ, ୦୧।୧୦ : କେବିସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଶ୍ନ । ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତିରେ କେନ୍ଦ୍ରମନ୍ତ୍ରୀଙ୍କ ବାବଦରେ ପ୍ରଶ୍ନ କରାଯାଇଛି ।

ଗୁରୁବାର କାର୍ଯ୍ୟକ୍ରମକୁ ହୋଷ୍ଟ୍ କରୁଥିବା ଦେଶର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ପ୍ରଶ୍ନ କରିଥିଲେ । ସେ କେଉଁ ନାମରେ ପରିଚିତ ବୋଲି ପ୍ରଶ୍ନ ପଚରାଯାଇଥିଲା । ସମ୍ଭାବ୍ୟ ଉତ୍ତର ମାନଙ୍କ ମଧ୍ୟରୁ ହଟ୍ ସିଟରେ ବସିଥିବା ବ୍ୟକ୍ତି ଅଶ୍ୱିନୀ କୁମାର ସିହ୍ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜ୍ୱଳା ମ୍ୟାନ୍ ବୋଲି ଅଭିହିତ କରିଥିଲେ ।

ଅଭିନେତା ଅମିତାଭ୍‌ ବଚ୍ଚନ ଏହି ଉତ୍ତର ସଠିକ୍‌ ଥିବା କଥା କହିବା ପରେ ଉପସ୍ଥିତ ଦର୍ଶକ ଦର୍ଶକ ତାଳି ମାରିଥିଲେ । ପରେ ଅମିତାଭ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟ ଓ ଉଜ୍ୱଳା ଯୋଜନାର ସଫଳ ରୂପାୟନକୁ ପ୍ରଶଂସା କରିଥିଲେ । ଏହି ପ୍ରଶ୍ନ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.