ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଦକ୍ଷତା ବିକାଶ କେନ୍ଦ୍ରର ନୂଆ ଅଡିଟୋରିଅମ୍‌ ଉଦଘାଟିତ

Published By : Prameya-News7 Bureau | October 06, 2022 IST


ଖୋର୍ଦ୍ଧା ୦୬/୧୦: ଭୁବନେଶ୍ବର ଦକ୍ଷତା ବିକାଶ କେନ୍ଦ୍ରର ତରାବୋଇ କ୍ୟାମ୍ପସରେ ନୂଆ ଅଡିଟୋରିୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇ ଏହି  ଅଡିଟୋରିଅମ୍‌ଟି ତିଆରି ହୋଇଥିବା ବେଳେ ଏଥିରେ ୧,୨୦୦ ଲୋକ ବସିବାର କ୍ଷମତା ରହିଛି। ଏହା ରାଜ୍ଯର ଦ୍ବିତୀୟ ବୃହତ୍‌ ଅଡିଟୋରିୟମ। ଏହାର ନାମ ବକ୍ସି ଜଗବନ୍ଧୁ ଦକ୍ଷତା ସଭାଗାର ରଖାଯାଇଛି।

ଏଥିରେ ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଦକ୍ଷତା ବିକାସ କେନ୍ଦ୍ରର ଅଧ୍ୟକ୍ଷ ମନୋଜ ତିଆରି ଉପସ୍ଥିତ ଥିଲେ। ଭୁବନେଶ୍ବର ଦକ୍ଷତା ବିକାଶ କେନ୍ଦ୍ର ରାଜ୍ଯର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ରୋଜଗାରର ପନ୍ଥା ଏବଂ ଚାକିରି କରିବାରେ ସୁଯୋଗ ସୃଷ୍ଟି କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି। ଏଠାରେ ତାଲିମ ନେଉଥିବା ଶିକ୍ଷାର୍ଥୀମାନଙ୍କୁ ୯୫% ବଦଳରେ ୧୦୦ ପ୍ରତିଶତ ଚାକିରି ଦେବାନେଇ କେନ୍ଦ୍ରମନ୍ତ୍ରୀ ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.