ଇଣ୍ଡିଆ ସ୍କିଲ୍‌ସ ୨୦୧୮ର ବିଜୟୀ ଓଡିଆ ପ୍ରତିଯୋଗୀଙ୍କୁ ନିଜ ବାସଭବନରେ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | October 08, 2018 IST

ନୂଆଦିଲ୍ଲୀ ୮|୧୦:  ଇଣ୍ଡିଆ ସ୍କିଲ୍‌ସ ୨୦୧୮ର ବିଜୟୀ ଓଡିଆ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସେ ତାଙ୍କ ବାସଭବନରେ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଭାରତର ସବୁଠାରୁ ବଡ କୌଶଳ ପ୍ରତିଯୋଗିତାରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି। ଓଡିଶାକୁ ୪ଟି ସ୍ବର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ସମେତ ମୋଟ୍ ୧୯ଟି ପଦକ ମିଳିଛି। ଓଡିଶା ସମେତ ୨୭ଟି ରାଜ୍ୟର ୪୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ୪୬ଟି ସ୍କିଲ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଇଣ୍ଡିଆ ସ୍କିଲ୍ ୨୦୧୮ର ବିଜେତା ପ୍ରତିଯୋଗୀ ଆଗକୁ ୨୦୧୯ରେ  ଋଷିଆର କାଜାନରେ ହେବାକୁ ଥିବା ୪୫ତମ ଓ୍ବାର୍ଲ୍ଡ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.