ଉଜ୍ଜାଳା ହିତାଧିକାରୀଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
7/10/2018 at 3:10 AM

ଉଜ୍ଜାଳା ହିତାଧିକାରୀଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେନସିଂ ଜରିଆରେ ଅନୁଗୁଳ, ସମ୍ବଲପୁର, ମୟୂରଭଞ୍ଜ, ଜୟପୁର ଓ ବ୍ରହ୍ମପୁର ଆଦି ୫ଟି ଜିଲ୍ଲାର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ଧର୍ମେନ୍ଦ୍ର । ବ୍ୟବହାରକାରୀମାନେ ସର୍ବନିମ୍ନ ସୁବିଧା ପାଉଛନ୍ତି କି ନାହିଁ ସେନେଇ ପଚାରି ବୁଝିଛନ୍ତି ମନ୍ତ୍ରୀ । ଯଦି କେହି ଲାଞ୍ଚ ମାଗୁଥାନ୍ତି, ତେବେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଶହେଟି କମନ୍ ସର୍ଭିସ୍ ସେଣ୍ଟର୍ ବା ଗ୍ରାହକ ସେବା କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଏଲପିଜି ପଞ୍ଚାୟତ ଚାଲିଛି । ପର୍ଯ୍ୟାୟକ୍ରମେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟସବୁ ଜିଲ୍ଲାର ଉଜ୍ଜାଲା ହିତାଧିକାରୀଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି ।
Related Posts
ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6 February 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6 February 2023