LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ : କହିଲେ ସରକାରୀ ଯୋଜନା ଠିକ ବୁଢାବାଘର କଂକଣ ଉପାଖ୍ୟାନ ଭଳି

5/12/2018 at 6:36 PM

ଭୁବନେଶ୍ବର ୫|୧୨: ରାଜନୀତିର ପଶାପାଲିରେ ବୁଢ଼ା ବାଘର କଙ୍କଣ ଉପାଖ୍ୟାନ ।  ରାଜ୍ୟ ସରାକରଙ୍କୁ  ଏଭଳି ଢ଼ଙ୍ଗରେ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରାକରଙ୍କୁ ବୁଢ଼ା ବାଘ ସହିତ ତୁଳନା କରିଛନ୍ତି । ବୁଢ଼ା ବାଘ ଶିକାର କରି ନପାରି ଯେମିତି ପ୍ରଲୋଭନ ଦେଖାଏ ସେମିତି ରାଜ୍ୟ ସରାକର ଜନତାଙ୍କୁ ଯୋଜନା​ ପ୍ରଲୋଭନ ଦେଖାଉଛନ୍ତି। ଏପଟେ ଧର୍ମେନ୍ଦ୍ରଙ୍କ ଏପରି କଟାକ୍ଷକୁ ନିଚସ୍ତରୀୟ କହିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ମୁହଁରେ ଏଭଳି ମନ୍ତବ୍ୟ ଶୋଭାପାଏନି ବୋଲି ଯୁକ୍ତି ବାଢ଼ିଛି ବିଜେଡି।

ପିଠା ଯୋଜନା ପାଇଁ ରାଜ୍ୟ ସରକାର ନିଜ ପିଠି ନିଜେ ଥାପୁଡ଼ାଉଥିବା ବେଳେ ବିରୋଧୀ କିନ୍ତୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଢ଼ା ବାଘର କଙ୍କଣ ଉପାଖ୍ୟାନ ସହ ଯୋଡି ନବୀନଙ୍କୁ ଆକ୍ଷେପ କରିଛନ୍ତି। ବାଘ ବୁଢ଼ା ହେଲେ ଯେଭଳି  ଶିକାର କରି ନ ପାରି ମିଥ୍ୟା ପ୍ରତିଶ୍ରୁତି ଦିଏ ଏବଂ ପ୍ରଲୋଭିତ କରି ଜୀବନ ନେଇଥାଏ। ରାଜ୍ୟ ସରକାର ଏବେ ସେମିତି ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କ ଏହି ଆକ୍ଷେପ ପରେ ନେତାଙ୍କ ବୟାନର ସ୍ତର ଉପରେ ପ୍ରଶ୍ନ ଉଠାଇଛି । ମୁଖ୍ୟମନ୍ତ୍ରୀଙ୍କୁ ବୁଢା଼ବାଘ ସହିତ ତୁଳନା କରିବା ନୀଚ ରାଜନୀତି ବୋଲି ବିଜେଡି କହିଛି।  କହିଛି ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ମୁହଁରେ ଏଭଳି ମନ୍ତବ୍ୟ ଶୋଭାପାଏନି।ସେପଟେ ବିଜେପି କହିଛି କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ବୁଝିପାରିନାହାନ୍ତି ବିଜେଡି ନେତା

ନିର୍ବାଚନ ଯେତେ ପାଖେଇବ ନେତାଙ୍କ ବୟାନର ସ୍ତର ସେତେ ବିବାଦ ଘେରକୁ ଆସିବ। ପ୍ରତିପକ୍ଷକୁ ନୀଚା ଦେଖାଇବାକୁ ନେତାଏ ପ୍ରାୟସ କରିବେ। ଯାହା ବର୍ତ୍ତମାନ ଆରମ୍ଭ ହୋଇଗଲାଣି।

   Related Posts