ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି : ଦିଲ୍ଲୀରେ ଜିତିବ ବିଜେପି

Published By : Prameya-News7 Bureau | January 28, 2020 IST

ନୂଆଦିଲ୍ଲୀ ୨୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆକ୍ରମଣାତ୍ମକ ଢଙ୍ଗରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଗୋଟିଏ ପଟେ କପିଲ ମିଶ୍ରା ଏବଂ ଅନୁରାଗ ଠାକୁରଙ୍କ ବିବାଦୀୟ ବୟାନ ଉପରେ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟପଟେ ଅନ୍ୟ ନେତାମାନେ ବିଧାନସଭା ନିର୍ବାଚନରେ ବିଜେପି ଜିତିବ ବୋଲି ଆଶା ବ୍ୟକ୍ତ କରୁଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ପ୍ରଚାର ବେଳେ କହିଛନ୍ତି ଯେ, ଦିଲ୍ଲୀରେ ବିଜେପି ବିଜୟୀ ହେବ ସୁନିଶ୍ଚିତ । ଦିଲ୍ଲୀବାସୀ ଶାନ୍ତି ଚାହୁଁଛନ୍ତି ଗୁଣ୍ଡାଗର୍ଦ୍ଦି ନୁହେଁ । ଯେଉଁମାନେ ଦିଲ୍ଲୀରେ ଶାହିନବାଗ୍ ଭଳି ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଦିଲ୍ଲୀବାସୀ ଉଚିତ୍ ଜବାବ ଦେବେ ।  ଧର୍ମେନ୍ଦ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେବେ ଚାହିଁବେ, ସେବେ ଶାହିନବାଗ୍ ଖୋଲିବ । 

ଏହା ପୂର୍ବରୁ ବିଜେପି ସାଂସଦ ପ୍ରବେଶ ବର୍ମା ଘୋଷଣ କରିଛନ୍ତି ଯେ, ଯଦି ଫେବୃଆରୀ ୧୧ ତାରିଖରେ ଭାରତୀୟ ଜନତା ପାର୍ଟି ସରକାର ଗଢୁଛି ତେବେ ସେ ଗୋଟିଏ ଘଣ୍ଟାରେ ଶାହିନବାଗ୍ କୁ ଖାଲି କରିଦେବେ । ପ୍ରବେଶ ବର୍ମା ଏହାକୁ ଏକ ରାଜନୈତିକ ଷଡଯନ୍ତ୍ରର ଅଂଶ ବୋଲି କହିଛନ୍ତି । ସେ ଆହୁରି କହିଥିଲେ ଯେ, ପୂର୍ବରୁ ଯେଉଁ ନିଆଁ କେରଳ ଏବଂ ପଶ୍ଚିମବଙ୍ଗରେ ଲାଗିଥିଲା ତାହା ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିସାରିଛି ।

ସେ କହିଥିଲେ ଯେ, ଧିରେ ଧିରେ ଏହି ଲୋକମାନେ ଆପଣଣାନଙ୍କ ଘରେ ପଶିବେ । ଲୋକମାନଙ୍କୁ ମାରିବେ । ମା’ ଭଉଣୀଙ୍କ ଉପରେ ଅତ୍ୟାଚାର କରିବେ । ସେତେବେଳେ ମୋଦି ଏବଂ ଅମିତ ଶାହ ବଞ୍ଚାଇବା ପାଇଁ ଆସିବେନାହିଁ । ତେଣୁ ଆଜି ହେଉଛି ଠିକ୍ ସମୟ । ଏହି ନିର୍ବାଚନ ଛୋଟ ମୋଟ ନିର୍ବାଚନ ନୁହେଁ । ଏହା ଦେଶରେ ସ୍ଥିରତା ଏବଂ ଏକତାର ନିର୍ବାଚନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.