ଭୁବନେଶ୍ବର ବମିଖାଲ ଓଭର ବ୍ରିଜ୍ ଦୁର୍ଗଟଣା ସ୍ଥଳ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
5/05/2018 at 8:07 AM

ଭୁବନେଶ୍ବର ବମିଖାଲ ଓଭର ବ୍ରିଜ୍ ଦୁର୍ଗଟଣା ସ୍ଥଳ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁର୍ଘଟଣାସ୍ଥଳ ବୁଲିବା ସହ ସ୍ଥାନୀୟ ଲୋକ ଓ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଧର୍ମେନ୍ଦ୍ର ଆଲୋଚନା କରିଛନ୍ତି । ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏଥିପାଇଂ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗର ଅପାରଗତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । କଳା ତାଲିକା ଭୁକ୍ତ ସଂସ୍ଥା ପୁଣି ଥରେ କିଭଳି କାର୍ଯ୍ୟ କଲା ତାର ବିଧିବଦ୍ଧ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ଧର୍ମେନ୍ଦ୍ର କହିଛନ୍ତି ।