CM ଯୋଗୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ODOPର ଫଟୋ ଦେଇ ଅଭିନେତାଙ୍କୁ କଲେ ସ୍ଵାଗତ

Published By : Prameya-News7 Bureau | November 11, 2023 IST

ମୁମ୍ଵାଇ ୧୧।୧୧: ବଲିଉଡର ହିରୋ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ର। ବର୍ତ୍ତମାନ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଅଭିନେତା ସିଏମଙ୍କ ବାସଭବନକୁ ଯାଇ ତାଙ୍କ ସହ କଥା ହୋଇଥିଲେ। ଏହି ସମୟରେ, ସିଏମ୍‌ ଯୋଗୀ ତାଙ୍କୁ ODOP ର ଫଟୋ ଦେଇ ତାଙ୍କୁ ସମ୍ମାନିତ କରିଥିଲେ । କହିବାକୁ ଗଲେ ଧର୍ମେନ୍ଦ୍ର ତାଙ୍କ ଚଳଚ୍ଚିତ୍ର 'ଇକ୍କିସ୍'ର ସୁଟିଂ ପାଇଁ ଲକ୍ଷ୍ନୌକୁ ଯାଇଛନ୍ତି। ସେ ଆସନ୍ତା ୧୦ ଦିନ ସେଠାରେ ରହିବେ ।

ସିଏମ୍ ଯୋଗୀ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ହୋଇଥିବା ବୈଠକର ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତା ମୁଖ୍ୟମନ୍ତ୍ରୀଙ୍କ ସହ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ, ସିଏମ୍ ଯୋଗୀ ଧର୍ମେନ୍ଦ୍ରଙ୍କୁ ODOP ର ଫଟୋ ଦେଉଥିବାର ଦେଖିବାକୁ ମିଳିଥିଲା।

Dharmendra Met Uttar Pradesh Chief Minister Yogi Adityanath At His Home CM  Gave Respect With ODOP Photo Ann | UP के CM Yogi Adityanath से मिलने उनके  घर पहुंचे Dharmendra, मुख्यमंत्री ने

ଧର୍ମେନ୍ଦ୍ର ପ୍ରାୟ ୬୦ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରୁଛନ୍ତି। ଏହି ସମୟ ମଧ୍ୟରେ ସେ ପ୍ରାୟ ୨୦୦ ଟି ଚଳଚ୍ଚିତ୍ରରେ କାମ କରିଛନ୍ତି। କିନ୍ତୁ ଲକ୍ଷ୍ନୌରେ ଏହା ପ୍ରଥମ ଥର ପାଇଁ ସୁଟିଂ ହେବ । ଧର୍ମେନ୍ଦ୍ର ୮୭ ବର୍ଷ ବୟସରେ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ନିକଟରେ ସେ କରଣ ଜୋହରଙ୍କ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନି'ରେ ମଧ୍ୟ ନଜର ଆସିଥିଲେ। ଏଥିରେ ସେ ଶବାନା ଆଜମିଙ୍କ ସହ ଲିପ୍‌ଲକ୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ ।  

wp:embed {"url":"https://www.prameyanews7.com/singer-nahee-passes-away-at-the-age-of-24/","type":"wp-embed","providerNameSlug":"prameya-news-7"}
https://www.prameyanews7.com/singer-nahee-passes-away-at-the-age-of-24/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.