ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ଘଣ୍ଟା ଏବଂ ହାର୍ଡଡିସ୍କ ଯାଞ୍ଚ ପାଇଁ ପଠାଇଲା ପୋଲିସ

Published By : Prameya-News7 Bureau | September 27, 2022 IST

ଭୁବନେଶ୍ବର ୨୭।୦୯: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ତଦନ୍ତରେ ଆଉ ପାଦେ ଆଗେଇଲା ପୋଲିସ । ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଫରେନସିକ ଯାଞ୍ଚ ପାଇଁ ପଠାଇଲା ପୋଲିସ ।

ଖବର ଅନୁଯାୟୀ, ମୃତ ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭିର ଲିଙ୍କ ଥିଲା । ଘଣ୍ଟାରୁ କାହାକୁ ମେସେଜ କରିଛନ୍ତି କି ନାହିଁ ଜାଣିବା ପାଇଁ ଯାଞ୍ଚ ହେବ । ଏହାବ୍ୟତୀତ ଘରର ସବୁ ସିସିଟିଭି କ୍ୟାମେରାକୁ ନିଜର ଘଣ୍ଟା ଜରିଆରେ ଅପରେଟ କରୁଥିଲେ ଧର୍ମେନ୍ଦ୍ର। ତେଣୁ ସେ ସବୁକୁ ମଧ୍ୟ ଯାଞ୍ଚ କରିବ ପୋଲିସ । ଏହାସହିତ ମଙ୍ଗଳବାର ଧର୍ମେନ୍ଦ୍ରଙ୍କ ଡ୍ରାଇଭର  ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ।

ଅନ୍ୟପଟେ ସୋମବାର ପରିବାର ଲୋକଙ୍କୁ ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ବିଭିନ୍ନ ସମୟରେ ଘରୁ ୬ କୋଟିରୁ ଅଧିକ ଟଙ୍କା ନେଇଥିଲେ ଧର୍ମେନ୍ଦ୍ର । ଏପିରିକି ଖୋର୍ଦ୍ଧାରେ ଥିବା  ୨କୋଟି ଟଙ୍କାର ଏକ କ୍ରସରକୁ ବିକି ଦେଇଥିଲେ ଧର୍ମେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.