ୟୁପିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର, ଖଣ୍ଡପଡାରେ ସୌମ୍ୟଙ୍କୁ ବିନ୍ଧିଲେ ତୀର

Published By : Prameya-News7 Bureau | April 13, 2019 IST

ଖଣ୍ଡପଡ଼ା ୧୩|୪: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ଧର୍ମେନ୍ଦ୍ର ପ୍ରଧାନ ଆଜି ଉଭୟ କଂଗ୍ରେସ ଓ ବିଜେଡିକୁ ନିଶାନା ସାଧିଛନ୍ତି । ୟୁପିଏ ମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିବା ସହ ଦିନେ ପରିବାରବାଦକୁ ବିରୋଧ କରୁଥିବା ନବୀନ କେମିତି ବାପ ପୁଅଙ୍କୁ ଦଳୀୟ ଟିକେଟ୍‌ ବାଣ୍ଟିଛନ୍ତି ବୋଲି ପଚାରିଥିଲେ ।

ସେହିଭଳି ଖଣ୍ଡପଡ଼ାରେ ବିଜେଡି ପ୍ରାର୍ଥୀ ହୋଇଥିବା ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ମଧ୍ୟ ଖୁବ୍‌ ନିଶାନା ସାଧିଥିଲେ ଧର୍ମେନ୍ଦ୍ର । ଚାଷୀଙ୍କ ଲାଗି ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ପାଇଁ ଲଢ଼ୁଥିବା ସୌମ୍ୟ ରଂଜନ ବିଜେଡିରେ ଯୋଗଦେଇ ନିଜ ପାଇଁ ସେ ସବୁ ସୁବିଧା ପାଇଯାଇଛନ୍ତି ବୋଲି ଆକ୍ଷେପ କରିଥିଲେ କେନ୍ଦ୍ରମନ୍ତ୍ରୀ । ବିଜେପି କ୍ଷମତାକୁ ଆସିଲେ ପ୍ରଥମେ ଚିଟ୍‌ଫଣ୍ଡ ଚୋରଙ୍କୁ ଜେଲ୍‌ ପଠାଯିବ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.