ପୁଣି ଥରେ ଅଜା-ଆଇ ହେବେ ଧର୍ମେନ୍ଦ୍ର-ହେମା, ଗର୍ଭବତୀ ଅଛନ୍ତି ଇଶା ଦେଓଲ
20/01/2019 at 5:07 PM

ନୂଆ ଦିଲ୍ଲୀ ୨୦|୧: ବଲିଉଡ ଅଭିନେତ୍ରୀ ଇଶା ଦେଓଲ ଆଜିକାଲି ସିନେମାରେ କମ ଓ ସୋସିଆଲ ମିଡିଆରେ ଅଧିକ ଦେଖିବାକୁ ମିଳୁଛନ୍ତି। ୧୯୮୧ ମସିହା, ନଭେମ୍ୱର ୨ ତାରିଖ ମହାରାଷ୍ଟ୍ରରେ ଇଶାଙ୍କ ଜନ୍ମ ହୋଇଥିଲା। ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ଓ ପ୍ରତିଷ୍ଠିତ ଅଭିନେତ୍ରୀ ହେମାଙ୍କ ଝିଅ ୨୦୦୧ ମସିହାରେ ହିନ୍ଦି ସିନେମା ଜଗତରେ ପାଦ ଦେଇଥିଲେ। କୋଇ ମେରେ ଦିଲ୍ ସେ ପୁଛେ ଇସାଙ୍କର ଡେବ୍ୟୁ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଇଶାଙ୍କ ଅଭିନୟ ପାଇଁ ତାଙ୍କୁ ଫିଲ୍ମ ଫେଆର ଆୱାର୍ଡ ଫର ବେଷ୍ଟ ଫିମେଲ ଡେବ୍ୟୁ ପାଇଁ ମନୋନୀତ ହୋଇଥିଲା।

୯୦ ଦଶକରେ ଇଶା ତାଙ୍କ ଅଭିନୟ ପାଇଁ ଚର୍ଚ୍ଚିତ ଥିଲେ। ତେବେ ହେମା ମାଳିନୀଙ୍କୁ କିଏ ବା ନ ଜାଣେ। ଏଭରଗ୍ରିନ ହେମା ଆଜି ମଧ୍ୟ ତାଙ୍କ ନୃତ୍ୟ ଓ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ମାଁ ହେମାଙ୍କ ପରି ଇଶା କିନ୍ତୁ ଏତେ ପ୍ରତିଷ୍ଠା ଲାଭ କରିନଥିଲେ, କିନ୍ତୁ ତାଙ୍କ ଅଭିନୟରୁ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୧୨ ମସିହାରେ ଇଶାଙ୍କ ବିବାହ ଭରତ ତଖତାନିଙ୍କ ସହ ହୋଇଥିଲା। ସୁଚନାଯୋଗ୍ୟ ଯେ ଇଶାଙ୍କର ୨୦୧୭ ମସିହାରେ ଝିଅ ଜନ୍ମ ହୋଇଥିଲା। ଏବେ ପୁଣି ଇଶାଙ୍କ ପ୍ରେଗନେନ୍ସି ଖବର ଚର୍ଚ୍ଚାରେ।

ଇଶାଙ୍କ ପ୍ରେଗନେନ୍ସି ଖବର ହଇଚଇ ସୃଷ୍ଟି କରିବାର କାରଣ କିନ୍ତୁ ଭିନ୍ନ। ତେବେ ଏହି କିଛି ଦିନ ପୂର୍ବରୁ ଇଶା ତାଙ୍କର ଫଟୋ ଇଣଷ୍ଟାଗ୍ରାମରେ ସେଆର କରିଥିଲେ। ଇଣଷ୍ଟାଗ୍ରାମରେ ସେଆର ହୋଇଥିବା ଫଟୋ ଖୁବ ଶୀଘ୍ର ଭାଇରାଲ ହୋଇଥିଲା। ଏହି ଫଟୋରେ ଇଶାଙ୍କ ସହ ତାଙ୍କ ସ୍ୱାମୀ ଭରତ ମଧ୍ୟ ଥିଲେ। ଉଭୟଙ୍କ ଫଟୋରେ ଦୁହେଁ ଚେଆରରେ ବସିଥିଲେ। ସେଆର କରାଯାଇଥିବା ଫଟୋରେ ଇସାଙ୍କ ପେଟ ବହୁତ ବଡ ଦେଖାଯାଇଛି। ଗର୍ଭବତୀ ମହିଳାଙ୍କ ପେଟ ପରି ତାଙ୍କ ପେଟ ବାହାରିଥିଲା। ଫଟୋରେ ଇଶାଙ୍କ କ୍ୟାପସନ hummmmm ଥିଲା।

ତେବେ ଇଶା ଦେଓଲଙ୍କର ଏହି ଫଟୋ ଦର୍ଶକଙ୍କୁ ଫୁବ ପସନ୍ଦ ଆସିଛି। କିଛି ସମୟ ମଧ୍ୟରେ ଦଶ ଲକ୍ଷ ଦର୍ଶକ ଏହାକୁ ଦେଖିଥିଲେ ଓ ଲାଇକ୍ କରିଥିଲେ। । ଇଶାଙ୍କ ପ୍ରଥମ ଝିଅର ନାଁ ରାଧ୍ୟା। ତାଙ୍କ ପ୍ରେଗନେନ୍ସି ଖବର ଯଦି ସତ ହୋଇଥାଏ ତେବେ ଇଶା ଦ୍ୱତୀୟ ଥର ମାଁ ହେବେ।
Related Posts
ବେବି ବମ୍ପ ଲୁଚାଉଛନ୍ତି କ୍ୟାଟ୍ରିନା ! କ୍ୟାମେରାରେ କଏଦ ହେଲା ଦୃଶ୍ୟ
31 January 2023
ପଠାନ୍ ବକ୍ସ ଅଫିସ୍ କଲେକ୍ସନରେ ବ୍ରେକ୍, ସୋମବାର ଅଧାରୁ ଅଧେ କମିଲା ଆୟ
31 January 2023