ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ସାହୁଙ୍କ ଘର ବାହୁଡା଼, ବିଜେପି ଶିବିରକୁ ଫେରିଲେ

Published By : Prameya-News7 Bureau | June 05, 2024 IST

ଭୁବନେଶ୍ବର ୫।୬: ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଘର ବାହୁଡା଼ । ରାଜ୍ୟ କାର୍ଯ୍ୟାଳୟରେ ହିମାଂଶୁ ସାହୁ ବିଜେପିରେ ସାମିଲ ହୋଇଛନ୍ତି । ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିଲେ ହିମାଂଶୁ ସାହୁ । ମଙ୍ଗଳବାର ସେ ବିଜୟୀ ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । 

ନିର୍ବାଚନ କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ହିମାଂଶୁ । ତାଙ୍କୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ଭାବେ ଲଢ଼ିଥିଲେ । ତେଣୁ ଦଳ ତାଙ୍କୁ ନିଲମ୍ବନ କରିଥିଲା । ତେବେ ସେ ସ୍ୱାଧୀନ ଭାବେ ଲଢ଼ି ବିଜେଡିର ହେଭିୱେଟ୍ ପ୍ରଣବ ବଳବନ୍ତରାୟଙ୍କୁ ହରାଇଥିଲେ । ଆଗକୁ ଦଳରେ ରହି ସେ କାମ କରିବେ ବୋଲି କହିଛନ୍ତି ।

ଧର୍ମଶାଳାରୁ ବିଜେପି ଟିକେଟ ନଦେବା ପରେ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଛନ୍ତି ହିମାଂଶୁ ଶେଖର ସାହୁ । ଇତିହାସ ଲେଖିଲା ଧର୍ମଶାଳା ବିଧାନସଭା ମଣ୍ଡଳୀ । ୩୦ ବର୍ଷ ଧରି ଗୋଟିଏ ପରିବାର ହାତରେ ଥିବା ଏହି ଆସନକୁ ଛଡାଇ ଆଣିଛନ୍ତି ଟାଣୁଆ ଯୁବ ନେତା ତଥା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ବିଜେଡି ଗଡ଼ରେ ଉଡାଇଛନ୍ତି ବିଜୟର ପତାକା । ବିଜେଡିର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କୁ ହରାଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ସମସ୍ତଙ୍କୁ ଚତିକ କରି ଅବିଶ୍ୱନୀୟ ସଫଳତା ପାଇଛନ୍ତି ହିମାଂଶୁ ଶେଖର ସାହୁ । 

ବିଧାନସଭା ପରିଣାମରେ ଧର୍ମଶାଳାରୁ ବିଜୟୀ ହୋଇଥିବା ହିମାଂଶୁ ଶେଖର ସାହୁଙ୍କୁ ୭୯୭୫୯ ଖଣ୍ଡ ଭୋଟ ମିଳିଛି । ଅନ୍ୟପଟେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ୭୫୬୦୯ ଭୋଟ ମିଳିଥିଲା । ନିର୍ଦଳୀୟ ପ୍ରାର୍ଥୀ ହିମାଂଶୁ ଶେଖର ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ମାତ୍ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ଥର ହିମାଂଶୁ ଶେଖର ସାହୁ ବିଜେପି ଟିକଟ ପାଇଁ ଆଶାୟୀ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ସ୍ଥାନରେ ବିଜେପି ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିଲା । କିନ୍ତୁ ହିମାଂଶୁ ଶେଖର ମୈଦାନ ଛାଡ଼ି ନଥିଲେ । ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ବିଜୟ ବାଟରେ କଣ୍ଟା ହୋଇଥିଲେ । ଏବେ କର୍ମୀଙ୍କ ସହଯୋଗରେ ଜନତାଙ୍କ ଆଶୀର୍ବାଦ ବଳରେ ଧର୍ମଶାଳାରୁ ବିଜୟୀ ହୋଇଛନ୍ତି ହିମାଂଶୁ ଶେଖର ସାହୁ ।

You Can Read :

କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନିଖୋଜ ଡାକ୍ତର ଅମ୍ଳାନ ଭୋଇ କର୍ଣ୍ଣାଟକରେ ଠାବ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.